ETV Bharat / city

ଓଡ଼ିଶାକୁ ପୁଣି ଫେରିପାରେ ଲକଡାଉନ !

author img

By

Published : Feb 20, 2021, 3:00 PM IST

କୋରୋନା ଦ୍ବିତୀୟ ୱେଭ ଚାଲୁଥିବା ବେଳେ ରାଜ୍ୟକୁ ପୁଣି ଲକଡାଉନ ଫେରିପାରେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଓଡ଼ିଶାକୁ ପୁଣି ଫେରିପାରେ ଲକଡାଉନ !
ଓଡ଼ିଶାକୁ ପୁଣି ଫେରିପାରେ ଲକଡାଉନ !

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିପାରେ ଲକଡ଼ାଉନ । କାରଣ ବର୍ତ୍ତମାନ ଦେଶରେ କୋରୋନାର ଦ୍ବିତୀୟ ୱେଭ ଦେଖିବାକୁ ମିଳିଛି । ମାତ୍ର ରାଜ୍ୟବାସୀ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ଦିଆଯାଇପାରେ ବୋଲି DMET ସିବିକେ ମହାନ୍ତି କହିଛନ୍ତି ।

ଓଡ଼ିଶାକୁ ପୁଣି ଫେରିପାରେ ଲକଡାଉନ !

ବର୍ତ୍ତମାନ ରାଜ୍ୟରେ କୋଭିଡ୍ କେସ୍ ସଂଖ୍ୟା କମୁଛି ଏଣୁ ବର୍ତ୍ତମାନ ରାଜ୍ୟରେ ଲକଡାଉନର ସମ୍ଭାବନା ନାହିଁ । ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି ବୋଲି DMET ସିବିକେ ମହାନ୍ତି କହିଛନ୍ତି । ଲୋକେ ନିଜେ ସଚେତନ ରହିଲେ ଲକଡାଉନକୁ ଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରେ ବୋଲି ସେ କହିଛନ୍ତି । ମାତ୍ର ଆବଶ୍ୟକ ହେଲେ ପୁଣି ରାଜ୍ୟକୁ ଲକଡାଉନ ଫେରିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ ସ୍ଥିତିରେ ଲକଡାଉନର ଆବଶ୍ୟକ ନାହିଁ କିନ୍ତୁ ଦରକାର ପଡ଼ିଲେ ଭବିଷ୍ୟତରେ ଲକଡାଉନ୍ କରାଯାଇପାରେ । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ହସ୍ପିଟାଲର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସତର୍କ କରାଯାଇଛି । ଆଗକୁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ସତର୍କ କରାଇବା ସହ ରୋଗୀଙ୍କ ଠାରୁ ସାମାଜିକ ଦୂରତା ରକ୍ଷା କରି ରହିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ରହିଛି ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.