ETV Bharat / city

'ବର୍ତ୍ତମାନ ରାଜ୍ୟରେ ଲକଡାଉନ ପରିସ୍ଥିତି ଉପୁଜି ନାହିଁ'

ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟିଥିଲେ ମଧ୍ୟ ବର୍ତ୍ତମାନ ଲକଡାଉନ ଭଳି ପରିସ୍ଥିତି ଉପୁଜିନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 3, 2021, 3:35 PM IST

'ବର୍ତ୍ତମାନ ରାଜ୍ୟରେ ଲକଡାଉନ ପରିସ୍ଥିତି ଉପୁଜିନାହିଁ'

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଷ୍ଟ୍ରେନ ସଂକ୍ରମଣକୁ ଅଧିକ ବେଗ କରୁଛି । ତେବେ ବର୍ତ୍ତମାନ ରାଜ୍ୟରେ ଲକଡାଉନ ଭଳି ସ୍ଥିତି ଉପୁଜି ନାହିଁ । କିନ୍ତୁ ଆବଶ୍ୟକ ପଡିଲେ ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ରହିଛି, ସେଠାରେ ସଂକ୍ରମଣ ଅଧିକ ବଢୁଛି । ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛି । ତେବେ ନୂଆପଡା ଜିଲ୍ଲାରେ କେତେ ଲୋକ ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ସେ ନେଇ ଏକ ସର୍ଭେ କରାଯାଉଛି । ଗତ ଶୁକ୍ରବାର 2 ଲକ୍ଷ 52 ହଜାର ଟୀକାକରଣ କରାଯାଇଛି ବୋଲି ସୂଚନା ମିଳିଛି ।

ସମସ୍ତଙ୍କୁ ଟିକା ଦିଆଯିବା ପାଇଁ କେନ୍ଦ୍ରକୁ ଅଧିକ ଟିକା ଦେବା ପାଇଁ ପତ୍ର ଲେଖାଯାଇଛି । ଆଗାମୀ 15 ଦିନ ପର୍ଯ୍ୟନ୍ତ ଟୀକାକରଣକୁ ଲକ୍ଷ୍ୟ କରାଯାଇ କେନ୍ଦ୍ରକୁ ଟିକା ମଗାଯାଇଛି । ଏଯାବତ ସମୁଦାୟ 28 ଲକ୍ଷ 66 ହଜାର 255 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲକଡାଉନ ସ୍ଥିତି ଆସିନାହିଁ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରିଖିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି । ଆବଶ୍ୟକ ପଡ଼ିଲେ ସଂକ୍ରମିତ ସ୍ଥାନକୁ କଣ୍ଟେନମେଣ୍ଟ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.