ETV Bharat / city

ଏବର୍ଷ ହେବନି ରୁକୁଣା ରଥଯାତ୍ରା - lock down in bhubaneswar

ବନ୍ଦ ହେଲା ରୁକୁଣା ରଥଯାତ୍ରା । ମହାମାରୀ କୋରୋନା ପାଇଁ ବନ୍ଦ ହେଲା ଭୁବନେଶ୍ବରର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ।

Lord Lingaraj's Rukuna Rath not to roll this year
ବନ୍ଦ ହେବ ରୁକୁଣା ରଥଯାତ୍ରା
author img

By

Published : Mar 30, 2020, 5:32 PM IST

Updated : Mar 30, 2020, 5:39 PM IST

ଭୁବନେଶ୍ବର: ବନ୍ଦ ହେଲା ରୁକୁଣା ରଥଯାତ୍ରା । ମହାମାରୀ କୋରୋନା ପାଇଁ ବନ୍ଦ ହେଲା ଭୁବନେଶ୍ବରର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ମହାମାରୀ କୋରୋନା ଭୟରେ ରୁକୁଣା ରଥଯାତ୍ରାକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ମନ୍ଦିର ପ୍ରଶାସନ ।

ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଯାହାକୁ ଶ୍ରଦ୍ଧାଳୁ ସମର୍ଥନ ଜଣାଇଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ କୋରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ସମୟରେ ରଥଯାତ୍ରା କଲେ ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ରହିଛି । ତେଣୁ ମହାମାରୀ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ସେହିଦୃଷ୍ଟିରୁ ରୁକୁଣା ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ଏବର୍ଷ ହେବନି ରୁକୁଣା ରଥଯାତ୍ରା

କୋରୋନାକୁ ଲକ୍ଷ୍ୟ କରି ରଥଯାତ୍ରା ବନ୍ଦକୁ ନେଇ ଯଦିଓ ସେବାୟତମାନେ ସମର୍ଥନ କରୁଛନ୍ତି ତଥାପି ସେମାନଙ୍କ ମନରେ ଦ୍ଵନ୍ଦ୍ବ ରହୁଛି । ରୁକୁଣା ରଥଯାତ୍ରା ଏକ ପରମ୍ପରା, ଏହାକୁ ବନ୍ଦ କରିବାଟା ଠିକ ହେବନି ବୋଲି କହିଛି ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି ।

ସେପଟେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସମର୍ଥନ କରିଛନ୍ତି । ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି । । ଯେହେତୁ ସଂଖ୍ୟାଧିକ ଲୋକ ଏକାଠି ହେଲେ କୋରୋନା ବ୍ୟାପିବାର ସମ୍ଭାବନା ରହିଛି ତେଣୁ ବନ୍ଦ ହେବା ଠିକ ନିଷ୍ପତ୍ତି ବୋଲି କିଛି ଶ୍ରଦ୍ଧାଳୁ କହିଥିବାବେଳେ କିଛି ଶ୍ରଦ୍ଧାଳୁ ଏପରି ନିଷ୍ପତ୍ତି ପାଇଁ ଆଘାତ ପାଇଥିବା ମତ ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 30, 2020, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.