ETV Bharat / city

ବରିଷ୍ଠ ନାଗରିକଙ୍କ ସହ ଟିକା ନେଲେ ଲୋକାୟୁକ୍ତ ଜଷ୍ଟିସ

author img

By

Published : Mar 1, 2021, 1:22 PM IST

ଟିକା ନେଲେ ବରିଷ୍ଠ ନାଗରିକ । କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରଥମ ଦିନରେ 60 ଜଣ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଏନେଇ ସକାଳୁ ହସ୍ପିଟାଲ ପରିସରରେ ଗହଳି ଲାଗିଛି । ଅଧିକ ପଢନ୍ତୁ..

ବରିଷ୍ଠ ନାଗରିକଙ୍କ ସହ ଟିକା ନେଲେ ଲୋକାୟୁକ୍ତ ଜଷ୍ଟିସ
ବରିଷ୍ଠ ନାଗରିକଙ୍କ ସହ ଟିକା ନେଲେ ଲୋକାୟୁକ୍ତ ଜଷ୍ଟିସ

ଭୁବନେଶ୍ବର: ଟିକା ନେଲେ ବରିଷ୍ଠ ନାଗରିକ । କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରଥମ ଦିନରେ 60 ଜଣ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଏନେଇ ସକାଳୁ ହସ୍ପିଟାଲ ପରିସରରେ ଗହଳି ଲାଗିଛି । ସମସ୍ତ ବରିଷ୍ଠ ନାଗରିକ ଆଧାରକାର୍ଡ ଦେଖାଇ ଟିକା ନେଉଛନ୍ତି । ଦିନ 11ଟା ସୁଦ୍ଧା 7-8 ଜଣ କୋଭିଡ ଟିକା ନେଇ ସାରିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଅନ୍ୟପଟେ ଲୋକୟୁକ୍ତ ଜଷ୍ଟିସ ଅଜିତ୍ ସିଂ ମଧ୍ୟ ଟିକା ନେଇଛନ୍ତି । ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ସେ କହିଛନ୍ତି ଓ ସମସ୍ତଙ୍କୁ ଟିକା ନେବାକୁ କହିଛନ୍ତି ଲୋକାୟୁକ୍ତ ଜଷ୍ଟିସ । ଅନ୍ୟପକ୍ଷେ ଯାନ୍ତ୍ରୀକ ତ୍ରୁଟି କାରଣରୁ କୋ-ୱିନ ପୋର୍ଟାଲ ପ୍ରଥମେ ଖୋଲି ନଥିଲା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମାନୁଆଲ ଭାବରେ ଏହାକୁ ଆରମ୍ଭ କରିଥିଲେ । ପୋର୍ଟାଲରେ ରେଜିଷ୍ଟ୍ରେସନ କରିନଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ରେଜିଷ୍ଟ୍ରର କରାଯାଇ ଟିକା ଦିଆଯିବ ।

ପ୍ରକାଶଥାଉକି, 60 ବର୍ଷରୁ ଅଧିକ ବ୍ୟକ୍ତି ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ଏବଂ ସେମାନଙ୍କର ବୟସ୍କ 45 ବର୍ଷରୁ ଅଧିକ ଓ 59 ବର୍ଷରୁ କମ ହୋଇଥିବ ସେମାନେ ଟିକା ନେଇ ପାରିବେ । ସରକାରୀ ଡାକ୍ତରଖାନା ଓ ଘରୋଇ ହସ୍ପିଟାଲରେ ଟୀକାକରଣ କରାଯାଇଛି । ସରକାରୀ ହସ୍ପିଟାଲରେ ମାଗଣାରେ ଟୀକାକରଣ କରାଯାଇଛି । ଉଭୟ ୧୮୧ ଟି ଘରୋଇ ଓ ସବୁ ସରକାରୀ ହସ୍ପିଟାଲ ଗୁଡିକରେ ଆଜିଠୁ ଟୀକାକରଣ ଚାଲିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.