ETV Bharat / city

ରବି ଫସଲ ପାଇଁ 6,500 କୋଟି ଟଙ୍କାର ଋଣ ଦେବେ ସରକାର

ଫସଲ ଋଣର ଯେପରି ସଦୁପଯୋଗ ହୋଇପାରିବ । ସେଥି ନିମନ୍ତେ ଉନ୍ନତ ମାନର ବିହନ, ସାର, କୀଟନାଶକ ଚାଷୀମାନଙ୍କୁ ଯେପରି ପ୍ୟାକ୍ସ ଏବଂ କୃଷି ବିଭାଗ ଦ୍ୱାରା ଠିକ୍‌ ସମୟରେ ଉପଲବ୍ଧ ହୋଇପାରିବ ବୋଲି କହିଛି ବିଭାଗ ।

author img

By

Published : Dec 3, 2019, 5:40 AM IST

Updated : Dec 3, 2019, 8:05 AM IST

loan-for-rabi-crop
ଫାଇଲ ଫଟୋ

ଭୁବନେଶ୍ବର: ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦି ଫସଲ ଋଣ ପ୍ରଦାନକୁ ତ୍ବରାନିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ଦିଗରେ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।

ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି । ୨୦୧୯ରେ ଖରିଫ ଋତୁରେ ୧୭.୯୬ ଲକ୍ଷ ଜଣ ଚାଷୀଙ୍କୁ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ/ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ୨୦୧୮-୧୯ ରବିଋତୁରେ ରବି ଫସଲ ଋଣ ପ୍ରଦାନ ଲକ୍ଷ ୫ ହଜାର ୬୦୦ କୋଟି ଧାର୍ଯ୍ୟ କରାଯାଇଥିବାବେଳେ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଦ୍ୱାରା ଚାଷୀମାନଙ୍କୁ ୬୦୦୪.୨୩ କୋଟି ଟଙ୍କା ଫସଲ ଋଣ ଆକାରରେ ପ୍ରଦାନ କରାଯାଇଥିଲା ।

loan-for-rabi-crop
ରବି ଫସଲ ପାଇଁ ଋଣ ଦେବେ ସରକାର

ଏହି ପରିପ୍ରେକ୍ଷୀରେ ଚଳିତ ରବିଋତୁରେ ଚାଷୀମାନେ ଯେପରି ଠିକ୍‌ ସମୟରେ ଋଣ ପାଇବେ ଏବଂ କୃଷି କାର୍ଯ୍ୟରେ ଲଗାଇପାରିବେ ସେଥି ନିମନ୍ତେ ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଚାଷୀମାନଙ୍କୁ ବିହନ ଓ ସାର ଠିକ୍‌ ସମୟରେ ପ୍ୟାକସ୍‌ଗୁଡ଼ିକରେ ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ପୈଠ କରିଥିବା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପୈଠ କଲେ ଚାଷୀମାନଙ୍କୁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଚଳିତ ବର୍ଷ ରବି ଫସଲ ଋଣରେ ଧାର୍ଯ୍ୟ ୬୫୦୦ କୋଟି ମଧ୍ୟରୁ ଅନ୍ତତଃ ପକ୍ଷେ ୧୦ ପ୍ରତିଶତ ଋଣ ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ୟମରେ ଭୂମିହୀନ ଓ ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି ।

ପ୍ରକୃତ ଚାଷୀମାନେ ଯେପରି ଫସଲ ଋଣ ପାଇବେ ସେଥି ନିମନ୍ତେ ଚାଷୀମାନଙ୍କ କିଷାନ କ୍ରେଡିଟ୍‌ କାର୍ଡ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକସ୍‌ କିମ୍ବା ବାଣିଜ୍ୟକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନିଶ୍ଚିତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରବିଋତୁରେ ଚାଷୀମାନଙ୍କୁ ସ୍ୱଳ୍ପମିଆଦି ଫସଲ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ
ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ଦିଗରେ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।
ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ
କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି । ୨୦୧୯ରେ ଖରିଫ ଋତୁରେ ୧୭.୯୬ ଲକ୍ଷ ଜଣ ଚାଷୀଙ୍କୁ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ/ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ୨୦୧୮-୧୯ ରବିଋତୁରେ ରବି ଫସଲ ଋଣ ପ୍ରଦାନ ଲକ୍ଷ ୫ ହଜାର ୬୦୦ କୋଟି ଧାର୍ଯ୍ୟ କରାଯାଇଥିବାବେଳେ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଦ୍ୱାରା ଚାଷୀମାନଙ୍କୁ ୬୦୦୪.୨୩ କୋଟି ଟଙ୍କା ଫସଲ ଋଣ
ଆକାରରେ ପ୍ରଦାନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଚଳିତ ରବିଋତୁରେ ଚାଷୀମାନେ ଯେପରି ଠିକ୍‌ ସମୟରେ ଋଣ ପାଇବେ ଏବଂ
କୃଷି କାର୍ଯ୍ୟରେ ଲଗାଇପାରିବେ ସେଥି ନିମନ୍ତେ ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଚାଷୀମାନଙ୍କୁ ବିହନ ଓ ସାର ଠିକ୍‌ ସମୟରେ ପ୍ୟାକସ୍‌ଗୁଡ଼ିକରେ ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ କରି ଧାର୍ଯ୍ୟ ସମୟ
ମଧ୍ୟରେ ପଇଠ କରିଥିବା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କଲେ ଚାଷୀମାନଙ୍କୁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଚଳିତ ବର୍ଷ ରବି ଫସଲ ଋଣରେ ଧାର୍ଯ୍ୟ ୬୫୦୦ କୋଟି ମଧ୍ୟରୁ ଅନନ୍ତତଃ ପକ୍ଷେ ୧୦ ପ୍ରତିଶତ ଋଣ ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ୟମରେ ଭୂମିହୀନ ଓ ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି ।
ପ୍ରକୃତ ଚାଷୀମାନେ ଯେପରି ଫସଲ ଋଣ ପାଇବେ ସେଥି ନିମନ୍ତେ ଚାଷୀମାନଙ୍କ କିଷାନ କ୍ରେଡିଟ୍‌
କାର୍ଡ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକସ୍‌ କିମ୍ବା ବାଣିଜି୍ୟକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଧାର ସଂଯୋଗ ବିନା ଋଣ ପ୍ରଦାନ ବେନିୟମ ବୋଲି ବିବେଚନା କରାଯିବ । ଅକେଫାବର ୧ ତାରିଖରୁ ଡିସେମ୍ବର ୩୧, ୨୦୧୯ ମଧ୍ୟରେ ପ୍ରଦାନ କରାଯାଇଥିବା କେତେକ ଫସଲ ଉପରେ
ଦିଆଯାଉଥିବା ଫସଲ ଋଣ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନ୍ତର୍ଭୁକ୍ତ ହେବ । ସମସ୍ତ ଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ବାଧ୍ୟତାମୂଳକ କରାଯାଇଛି । ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ
ପାଇପାରିବେ ସେଥି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ କୁହାଯାଇଛି ।
ସରକାରଙ୍କ ପକ୍ଷରୁ ଚଳିତ ରବିଋତୁରେ ଧାନ ସମେତ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୁଖୀ,
ସୋରିଷ, ଆଳୁ, ପିଆଜ ଓ ଆଖୁ ଫସଲକୁ ବୀମାଭୁକ୍ତ କରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ
କରାଯାଇଛି । ତେବେ ଡିସେମ୍ବର ୩୧ ତାରିଖ ପରେ ଏବଂ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅନ୍ୟ ଫସଲ ନିମନ୍ତେ କୃଷି ଋଣ ନେଲେ ଋଣ ଗ୍ରହୀତାମାନେ ବୀମାଭୁକ୍ତ ହୋଇପାରିବେ ନାହିଁ ।
ଋଣ ପ୍ରଦାନ କ୍ଷେତ୍ରରେ ଅଣଧାନ ଫସଲ ଅର୍ଥକାରୀ ଫସଲ, ଡାଲି, ତୈଳବୀଜ, ଫଳ, ପନିପରିବା,
ଫୁଲଚାଷ ଆଦିକୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରାଯିବ । ଏଥି ସହିତ କିଷାନ କ୍ରେଡିଟ୍‌ କାର୍ଡର ବହୁଳ
ବ୍ୟବହାର କରି ଏଥିରେ ଉପଲବ୍ଧ ସୁବିଧାଗୁଡ଼ିକର ଉପଯୋଗ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବ ।
ଫସଲ ଋଣର ଯେପରି ସଦୁପଯୋଗ ହୋଇପାରିବ, ସେଥି ନିମନ୍ତେ ଉନ୍ନତ ମାନର ବିହନ, ସାର, କୀଟନାଶକ ଚାଷୀମାନଙ୍କୁ ଯେପରି ପ୍ୟାକ୍ସ ଏବଂ କୃଷି ବିଭାଗ ଦ୍ୱାରା ଠିକ୍‌ ସମୟରେ ଉପଲବ୍ଧ ହୋଇପାରିବ ସେଥି ପ୍ରତି ଦୃଷ୍ଟି
ଦିଆଯିବ ।Body:କConclusion:
Last Updated : Dec 3, 2019, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.