ETV Bharat / city

ଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ରେ ଉଠିବ ମହାଦୀପ, ଭୋର ୫ଟା ଠାରୁ ସାଧାରଣ ଦର୍ଶନ

ରାତି ପାହିଲେ ବାବା ଲିଙ୍ଗରାଜଙ୍କ ବଡ ପର୍ବ ଜାଗର ଯାତ୍ରା । ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଅଧିକ ପଢନ୍ତୁ

author img

By

Published : Feb 28, 2022, 7:24 PM IST

ଲିଙ୍ଗରାଜଙ୍କ ଜାଗର ଯାତ୍ରା : ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର : ରାତି ପାହିଲେ ବାବା ଲିଙ୍ଗରାଜଙ୍କ ବଡ ପର୍ବ ଜାଗର ଯାତ୍ରା । ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆଉ ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର) ରାତି ୩ଟାରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର ।

୩ଟା ୩୦ରେ ମଙ୍ଗଳ ଆଳତୀ ପରେ ଆରମ୍ଭ ହେବ ଅବକାଶ ନୀତି । ଆଉ ୫ଟା ପରଠାରୁ ଆରମ୍ଭ ହୋଇଯିବ ସାଧାରଣ ଦର୍ଶନ। ନିୟମ ଅନୁଯାୟୀ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ ଭକ୍ତ । ଶୃଙ୍ଖଳିତ ପ୍ରବେଶ ପାଇଁ ମନ୍ଦିର ଚତୁଃପାର୍ଶ୍ଵରେ ବ୍ୟାରିକେଡିଂ ହୋଇଛି ।

ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ଦେଇ ପ୍ରସ୍ତାନ କରିବେ ଭକ୍ତ । ନିର୍ଦ୍ଧାରିତ ସମୟ ୧୦ ଟାରେ ମହାଦୀପ ଉଠିବା ନେଇ ସେବାୟତ କହିଛନ୍ତି । ପୂର୍ବବର୍ଷ ଭଳି ଏଥର ବି କଟକଣା ଭିତରେ ଶିବରାତ୍ରି ପାଳନ ହେବା ନେଇ ସେବାୟତ ପ୍ରସ୍ତୁତ ଥିବା କହିଛନ୍ତି ।

ସେପଟେ ରାଜଧାନୀର ଏକାଧିକ କଲେଜ ଛାତ୍ରଛାତ୍ରୀ ବାଲି ଓ ରଙ୍ଗ ଦ୍ବାରା ୨ ଫୁଟ ଲମ୍ବ ଏବଂ ୭ ଫୁଟ ଓସାରରେ ଏକ ଶିବ ଲିଙ୍ଗ ସହ ଶିବଙ୍କର ବିରାଟକାୟ ମୂର୍ତ୍ତି ରଙ୍ଗୋଲିରେ ତିଆରି କରିଛନ୍ତି । ଭକ୍ତି ସହ ପିଲାମାନେ ଏହାକୁ ତିଆରି କରିଥିବା ବେଳେ ଲିଙ୍ଗରାଜଙ୍କ ଦୁଆରେ ଏଭଳି କଳାକୃତିର କରିବାର ସୁଯୋଗ ପାଇ ବେଶ ଖୁସିଥିବା ସେମାନେ କହିଛନ୍ତି।

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ବିଏମସି ପକ୍ଷରୁ ମଧ୍ୟ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଆଲୋକୀକରଣ କରିଛି ବିଏମସି । ଏହାସହ ପାନୀୟଜଳ ଓ ଶୌଚାଳୟର ବ୍ୟବସ୍ଥା ଭକ୍ତଙ୍କ ପାଇଁ କରାଯାଇଛି ।

ସେହିଭଳି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି । ରାତିରେ ସାମାଜିକ ଦୂରତା ରକ୍ଷା କରି ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଦୀପ ଜାଳି ପାରିବେ ଭକ୍ତ । କୋରୋନା କାଳରେ ସମସ୍ତ ପର୍ବପର୍ବାଣୀ ଫିକା ପଡ଼ିଥିବାବେଳେ ୨ ବର୍ଷ ପରେ ଆଡ଼ମ୍ବରରେ ପାଳନ ହେବ ମହା ଶିବରାତ୍ରୀ । ଏଥିପାଇଁ ମନ୍ଦିର ସେବାୟତ, ପ୍ରଶାସନ ସମସ୍ତେ ବେଶ ତତ୍ପର ଥିବାବେଳେ ପ୍ରଭୁ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍କଣ୍ଠା ଭରି ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.