ETV Bharat / city

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା - ରୁକୁଣା ରଥଯାତ୍ରା

ଚଳିତ ବର୍ଷ ପାଳନ ହେବ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା। ଆଜି ଏନେଇ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

Lingaraj car festival over covid19 guideline
କୋଭିଡ କଟକଣା ମଧ୍ୟରେ ହେବ ରୁକୁଣା ରଥଯାତ୍ରା
author img

By

Published : Apr 9, 2021, 12:44 PM IST

Updated : Apr 9, 2021, 4:08 PM IST

ଭୁବନେଶ୍ବର: ଚଳିତ ବର୍ଷ ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଶୁକ୍ରବାର ରାଜ୍ୟ ସରକାରଙ୍କ ରଥଯାତ୍ରା ପକ୍ଷରୁ ଅନୁମତି ମିଳିଛି । ତେବେ ଏନେଇ ଭୁବନେଶ୍ବର ମହାନଗର ନିଗମ ଏସଓପି ଜାରି କରିଛି ।

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୌଣସି ଭକ୍ତ ଏଥିରେ ଭାଗ ନେଇ ପାରିବେ ନାହିଁ । କେବଳ ସେବାୟତ ରଥ ଟାଣିବେ । ପାଖାପାଖି ୧୦୦ ଜଣ ସେବାୟତ ଓ ସୁରକ୍ଷା କର୍ମୀ ଉପସ୍ଥିତ ରହିବେ । ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ କୋଭିଡ ସ୍କ୍ରିନିଂ ଟେଷ୍ଟ କରାଯିବ । ରଥଟଣାରେ ଭାଗ ନେବାକୁ ଥିବା ସମସ୍ତ ସେବାୟତଙ୍କ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ହେବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଅଶୋକାଷ୍ଟମୀ ସମୟରେ ଖାଇବା ଦୋକାନ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ରଥଟଣା ସମୟରେ କୌଣସି ବାଜା ବାଣ ରୋଷଣୀ ହୋଇପାରିବ ନାହିଁ ।

Lingaraj car festival over covid19 guideline
କୋଭିଡ କଟକଣା ମଧ୍ୟରେ ହେବ ରୁକୁଣା ରଥଯାତ୍ରା

କୋଭିଡ କଟକଣା ମଧ୍ୟରେ କେବଳ ରଥ ଟଣା ହେବା ନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ଚଳିତ ବର୍ଷ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

Last Updated : Apr 9, 2021, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.