ଭୁବନେଶ୍ବର: ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ, ଯାହା ଓଡିଶା ପାଇଁ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।
ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି । ମୁନ୍ନା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଠାକ ଅଛି । କୌଣସି ଜାଗାରେ କାଁଭାଁ କିଛି ଘଟଣା ଘଟିଥାଇପାରେ ।
ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଆଇନ ଶୃଙ୍ଖଳା ଠିକ ଅଛି । ପୋଲିସ ତା କାମ କରଛି । ଇସ୍ୟୁ ବାହାର କଲେ ବହୁତ ଅଛି । ଯେଉଁ ମାନେ ଏଭଳି କରୁଛନ୍ତି ଆକ୍ସନ ହେଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ