ETV Bharat / city

ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ

author img

By

Published : May 31, 2022, 4:42 PM IST

ଲଲାଟ ମୋହନ ପଟ୍ଟନାୟକଙ୍କୁ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ସମ୍ମାନସ୍ପଦ 'ଧର୍ମପଦ' ପୁରସ୍କାର ପ୍ରଦାନ । ଭୁବନେଶ୍ବର ସଂସ୍କୃତି ଭବନରେ ପୁରସ୍କୃତ । ଅଧିକ ପଢନ୍ତୁ

ସଂସ୍କୃତି ଭବନରେ ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ

ଭୁବନେଶ୍ବର: ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ସମ୍ମାନସ୍ପଦ 'ଧର୍ମପଦ' ପୁରସ୍କାର ଗ୍ରହଣ କଲେ ଲଲାଟ ମୋହନ ପଟ୍ଟନାୟକ । ଭୁବନେଶ୍ବରସ୍ଥିତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଲଲାଟ ମୋହନଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆମ ଉତ୍କଳର କଳା ଓ ସ୍ଥାପତ୍ୟର ଗାରିମା ବାବଦରେ ଆଲୋଚନା କରିଛନ୍ତି । ତେବେ ଲଲାଟ ମୋହନ ପଟ୍ଟନାୟକ ୧୯୪୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଶାସନରେ ଜନ୍ମଗ୍ରହଣ କରି ଚିତ୍ରକଳା ତଥା ଡିଜାଇନରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ ଓଡ଼ିଶାର ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆରଙ୍ଗ ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଭାବେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

ସେହିପରି ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥୀ, ଦୁର୍ଗା ଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧିତ ଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି କଳାଶିକ୍ଷକ ଥାଇ ଚିତ୍ରକଳାରେ ସେ ନିଜ ସାଧନା ଜାରି ରଖିଥିବା ନାରୀ ଶିଳ୍ପୀମାନଙ୍କ ମଧ୍ୟରେ ଉଦାହରଣ । ବଳଦେବ ମହାରଥା ବି.କେ ଚାରୁ ଓ କାରୁ ମହାବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷାଦାନ ଦେଇ ଅନେକ ଶିଳ୍ପୀ ସୃଷ୍ଟି କରିଥିବାବେଳେ ସମସାମୟିକ କଳା ଧାରାର ଜଣେ ଅଗ୍ରଣୀ ଚିତ୍ରଶିଳ୍ପୀ ଭାବେ ବେଶ ନାଁ କରିଛନ୍ତି ।

ଶିଳ୍ପୀ ଦୁର୍ଗା ଚରଣ ପଣ୍ଡା ଚିତ୍ରକଳା ବ୍ୟତୀତ ଓଡ଼ିଶାର ସ୍ଥାପତ୍ୟ, ମନ୍ଦିର ଭାସ୍କର୍ଯ୍ୟ କଳା ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଚିତ୍ରରେ ଲୋକକଳା ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ପଞ୍ଚାନନ ସୁର ଖଲିକୋଟ ସ୍ଥିତ ସରକାରୀ କଳା ମହାବିଦ୍ୟାଳୟରେ କଳା ଅଧ୍ୟାପକ ରହି କୋଲାଜରେ ନିଜର ଏକ ସ୍ବତନ୍ତ୍ର ଚିତ୍ରଶୈଳୀ ସୃଷ୍ଟି କରି ସୁଖ୍ୟାତି ଅର୍ଜନ କରିଛନ୍ତି ।

ସେହିପରି ପୁରୀର ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ପାରମ୍ପରିକ ପ୍ରସ୍ତର ଭାସ୍କର୍ଯ୍ୟରେ ନିଜର ଦକ୍ଷତାର ପରିଚୟ ସୃଷ୍ଟି କରିବା ସହ ଜଣେ ଦକ୍ଷ ପାରମ୍ପରିକ କଳାର ଗୁରୁ ଭାବେ ବେଶ ପରିଚିତ । ନିଜ ନିଜ କ୍ଷେତ୍ରରେ ଦକ୍ଷତାର ଶୀର୍ଷରେ ପହଞ୍ଚିବା ସହ ଓଡ଼ିଶାର କଳା କ୍ଷେତ୍ରକୁ ଏହି ଶିଳ୍ପୀମାନେ ଋଦ୍ଧିମନ୍ତ କରିଛନ୍ତି । ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ, କଳାନୁରାଗୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ରୂପେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ । ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସ୍ଥପତି ସୁଦର୍ଶନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ କୋରୋନା ପାଇଁ ପୁରସ୍କାର ପ୍ରଦାନ ବିଳମ୍ବ ହୋଇଥିବାବେଳେ ଖୁବଶୀଘ୍ର ୨୦୨୨ ଓ ୨୩ ପୁରସ୍କାର ଘୋଷଣା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.