ETV Bharat / city

କୃଷ୍ଣପ୍ରସାଦ ବ୍ଲକ୍‌ ଦ୍ୱୀପାଞ୍ଚଳର ବ୍ୟାଙ୍କ ସମସ୍ୟା ସୁଧାରିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ

author img

By

Published : Oct 25, 2021, 10:07 PM IST

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ବ୍ୟାଙ୍କ ସମସ୍ୟା ଲାଗିରହିଛି । ଏ ନେଇ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଡାକିଥିଲେ ଏକ ଗୃରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

Krishnaprasad Block 4 Island Bank's Deputy Chairman of the Planning Board  instructed to rectify the problem
କୃଷ୍ଣପ୍ରସାଦ ବ୍ଲକ୍‌ ଦ୍ୱୀପାଞ୍ଚଳର ବ୍ୟାଙ୍କ ସମସ୍ୟା ସୁଧାରିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ବ୍ୟାଙ୍କ ସମସ୍ୟା ଲାଗି ରହିଛି । ଏ ନେଇ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଡାକିଥିଲେ ଏକ ଗୃରୁତ୍ୱପୂର୍ଣ୍ଣ ବୈଠକ । ବ୍ୟାଙ୍କ ସମସ୍ୟା ତୁରନ୍ତ ସୁଧାରିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ରହିଛି ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ ତିତିପ ସେବା ସମବାୟ ସମିତି । ପ୍ରମୁଖ ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ଚାଷୀ ଓ ଉପଭୋକ୍ତାଙ୍କ ଦୀର୍ଘଦିନ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଉପଭୋକ୍ତାଙ୍କ ଦାବି ଓ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଡାକିଥିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ଥିବା ୪ଟି ସୋସାଇଟିର ଅଧିକାରୀ ଯୋଗଦେଇଥିଲେ । ହିତାଧିକାରୀମାନଙ୍କ ପାଇଁ କୃଷ୍ଣପ୍ରସାଦ (ଦ୍ୱୀପାଞ୍ଚଳ) ମଧ୍ୟରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରିବା ଲାଗି ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଚଳିତ ବର୍ଷ କ୍ଷତିଗ୍ରସ୍ତ ଚାଷୀମାନେ କିଭଳି ଭାବେ ସେମାନଙ୍କ ବୀମା ଦାବି ସଠିକ୍‌ ଭାବେ ପାଇପାରିବେ ତା’ଉପରେ ସଞ୍ଜୟ ଗୁରୁତ୍ୱ ଦେଇଛନ୍ତି ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ବୈଠକରେ ଯୋଗଦେଇଥିଲେ । କୃଷ୍ଣପ୍ରସାଦ ଦ୍ୱୀପାଞ୍ଚଳରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଏକ ସଂପ୍ରସାରିତ (ଏକ୍ସଟେନସନ) କାଉଣ୍ଟର କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ହିତାଧିକାରୀ ଓ ଚାଷୀ ଭବିଷ୍ୟତରେ ଯେଭଳି କୌଣସି ସମସ୍ୟାରେ ସମ୍ମୁଖୀନ ନହେବେ ସେଥିପ୍ରତି ପଦକ୍ଷେପ ନେବାକୁ ରାଜ୍ୟ ସମବାୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ତୁରନ୍ତ ଏ ସଂପର୍କରେ ସରକାରୀ ନିଷ୍ପତ୍ତି ନେବା ପାଇଁ ସେ ନିଜର ମତ ରଖିଛନ୍ତି । ବୈଠକରେ ଭୁବନେଶ୍ୱର ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବ, ପୁରୀ ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଓ ୪ଟି ସୋସାଇଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.