ETV Bharat / city

କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବିରେ ବିଧାନସଭା ସମ୍ମୁଖରେ ଧାରଣା

author img

By

Published : Jul 24, 2019, 9:38 PM IST

ଅନେକ ଦିନ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହେଉଥିଲେ ହେଁ ଏପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ । ବେଞ୍ଚ ପ୍ରତିଷ୍ଠା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ହେଁ ହାଇକୋର୍ଟ ବେଞ୍ଚ ଏପର୍ଯ୍ୟନ୍ତ ପ୍ରତିଷ୍ଠା ନହେବାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି କୋରାପୁଟ ଓକିଲ ସଙ୍ଘର କର୍ମକର୍ତ୍ତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: କୋରାପୁଟରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର 200ରୁ ଅଧିକ ଓକିଲ ସଂଘ ରାଜଧାନୀରେ ଧାରଣା ଦେଇଛନ୍ତି। କୋରାପୁଟରୁ କଟକ ହାଇକୋର୍ଟ ଆସିବାରେ ସମୟ ଲାଗିବା ସହ ବିଭିନ୍ନ ମାମଲା ଠିକ ସମୟରେ ସମାଧାନ ହେଉନାହିଁ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କର ଯେଉଁ ସବୁ ମାନଦଣ୍ଡ ରହିବା କଥା ସବୁ କିଛି କୋରାପୁଟ ଅଞ୍ଚଳରେ ରହିଛି । ତଥାପି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନହେବା ପେର ଦୀର୍ଘ ଦିନ ହେଲା ଓକିଲ ସଂଘ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଆସୁଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର 2 ଟି କମିଶନ କରିଛନ୍ତି । ଯାହା ଅନୁସାରେ 5ଟି ମାନଦଣ୍ଡ ପୂରଣ କରୁଥିବା ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ଏନେଇ କୋରାପୁଟ ଅଞ୍ଚଳବାସୀ ବାରମ୍ବାର ସରକାରଙ୍କୁ ଅବଗତ କରିଆସୁଥିଲେ ମଧ୍ୟ ସରକାର କୌଣସି ପ୍ରକାରର ଦାବିକୁ ଗ୍ରହଣ କରି ନାହାନ୍ତି ।

ତେବେ ଗୋଟିଏ ମାମଲାକୁ ନେଇ କୋରପୁଟରୁ କଟକ ଆସିବାକୁ ଦୁଇ ଦିନ ଲାଗୁଛି । ତେଣୁ କୌଣସି ମାମଲା ଠିକ ସମୟରେ ସମାଧାନ କରିବାରେ କଷ୍ଟ ହେଉଛି ବୋଲି କୋରାପୁଟ ଓକିଲ ସଂଘ ସଭାପତି କହିଛନ୍ତି । ବୁଧବାର ସମସ୍ତ ଓକିଲ ସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ସରକାର ଯଦି ଦାବି ପୂରଣ ନକରନ୍ତି ଏପରି ଧାରଣା ଦୀର୍ଘ ଦିନ ଚାଲିବ ବୋଲି କହିଛନ୍ତି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:କୋରାପୁଟ ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବିଧାନସଭା ସମ୍ମୁଖରେ ଧାରଣା।

କୋରାପୁଟ ରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରେ ଆଜି 200 ରୁ ଅଧିକ ଓକିଲ ସଂଘ ରାଜରାସ୍ତାରେ ଧାରଣା ଦେଇଛନ୍ତି। କୋରାପୁଟ ରୁ କଟକ ହାଇକୋର୍ଟ ଆସିବାରେ ସମୟ ଲାଗିବା ସହ ବିଭିନ୍ନ ମାମଲା ଠିକ ସମୟରେ ସମାଧାନ ହେଉନାହିଁ। କେନ୍ଦ୍ର ସରକାରଙ୍କର ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଯେଉଇଁ ସବୁ କ୍ରାଇଟେରୀୟ ରହିବା କଥା ସବୁ କିଛି କୋରାପୁଟ ଅଂଚଳରେ ରହିଛି। ଏହା ପରେ ଦୀର୍ଘ ଦିନ ହେଲା ଓକିଲ ସଂଘ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଆସୁଛନ୍ତି।

Body:

ଏକ ହାଇକୋର୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର 2 ଟି କମିଶନ କରିଛନ୍ତି। ସେହି ଅଂଚଳରେ 5 ଟି କ୍ରାଇଟେରୀୟ ରହିଥିଲେ ସେହି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ। ଏନେଇ ଅଂଚଳ ବସି ବାରମ୍ବାର ସରକାରଙ୍କୁ ଅବଗତ କରିଆସୁଥିଲେ ମଧ୍ୟ ସରକାର କୌଣସି ପ୍ରକାରର ଦାବି କୁ ଗ୍ରହଣ କରିନାହାଁନ୍ତି। ତେବେ ଗୋଟେ ମାମଲା କୁ ନେଇ କୋରପୁଟ ରୁ ଭୁବନେଶ୍ୱର ଆସିବା କୁ ଦୁଇ ଦିନ ଲାଗୁଚି ତେଣୁ କୌଣସି ମାମଲା ଠିକ ସମୟରେ ସମାଧାନ କରିବାରେ କଷ୍ଟ ବେଉଛି ବୋଲି କୋରାପୁଟ ଓକିଲ ସଂଘ ସଭାପତି କହିଛନ୍ତି।

ଆଜି ସମସ୍ତ ଓକିଲ ସଂଘ ବିଧାନସଭା ସମୁଖରେ ଧାରଣା ଦେବା ସହ ସରକାର ଯଦି ଦାବି ପୂରଣ ନ କରନ୍ତି ଏପରି ଧାରଣା ଦୀର୍ଘ ଦିନ ଚାଲିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.