ଭୁବନେଶ୍ବର: ବିଧାନସଭା ପରିସରରେ ପାଳନ ହେଲା ଗାନ୍ଧୀଙ୍କ ଓଡିଶା ଆଗମନ ୧୦୦ ବର୍ଷ ପୂର୍ତ୍ତ । ଏହି ଉପଲକ୍ଷେ ଓଡିଶା ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୁଷ୍ପ ଅର୍ପଣ କଲେ ବିଧାନସଭାର ସମସ୍ତ ସଦସ୍ୟ । ଏହି ଅବସରରେ ଓଡିଶା ସହ ଗାନ୍ଧୀ ଓ ଓଡିଶା ଆଗମନ ସମ୍ପର୍କରେ ଆଲୋଚନା ହୋଇଛି । ବିଧାନସଭାର ସଦସ୍ୟ ମାନେ ଗାନ୍ଧୀଙ୍କ ପ୍ରତି ଭାବ ପ୍ରକଟ କରିଥିଲେ ।
1.ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ,ହିନ୍ଦୁ ମୁସଲମାନ ଏକ ହୋଇ ରହି ଭାଇଚାର ବଜାଇ ରଖି ଇଂରେଜକୁ ହଟାଇବା ପାଇଁ ଆହ୍ବାନ ଦେଇଥିଲେ। ଓଡ଼ିଶାକୁ ବାତ୍ୟା ବନ୍ୟା ଦୁର୍ବିପାକ ସମୟରେ ମହାତ୍ମାଗାନ୍ଧୀ ସହଯୋଗ କରିଥିଲେ। ନାରୀ ଶସକ୍ତିକରଣ ଓ ବିକାଶକୁ ଗୁରୁତ୍ବ ଦେଉଥିଲେ।
2. ବିରୋଧୀଦଳ ଉପନେତା ବିଷ୍ଣୁ ସେଠି କହିଛନ୍ତି ଯେ,'କ୍ରାନ୍ତିର ଅନ୍ୟ ନାମ ମହାତ୍ମାଗାନ୍ଧୀ।'
3.କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ 'ମହାତ୍ମାଗାନ୍ଧୀ ଡାଲମା ଓ ଆମ୍ବ ଖଟା ଖାଇବାକୁ ଭଲ ପାଉଥିଲେ।'
4. କଂଗ୍ରେସ ବିଧାୟକ ତାରା ଵାହୀନିପତି- 'ଗାନ୍ଧୀଙ୍କ ନୀତି ଆଦର୍ଶ ଅନୁସାରେ ଓଡ଼ିଶାରେ ମଦ ମୁକ୍ତ କରାଯାଉ।'
5. ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ 'ଦେଶ ବର୍ତ୍ତମାନ ଅହିଂସା ନୁହେଁ ହିଂସା ଆଡ଼କୁ ଗତି କରୁଛି। ଦେଶ ଏବେ ସଙ୍କଟରେ ଗତି କରୁଛି। ଭାଇଚାର ଭାଙ୍ଗୁଛି। ଯେଉଁ ମାନେ ଗାନ୍ଧୀଙ୍କୁ ଛଡାଇ ନେଇଛନ୍ତି ସେମାନଙ୍କ ଜ୍ଞାନ ଉଦୟ ହେବା ଦରକାର। ହିଁସା ପରିହାର ହେବା ଦରକାର।'
6.ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର - 'ଧର୍ମର ଭେଦଭାବ ଦୂର ପାଇଁ ଗାନ୍ଧୀଜୀ ଚେଷ୍ଟା କରିଥିଲେ। ଯେଉଁଥି ପାଇଁ ରଘୁପତି ରାଘବ ରାଜାରାମ ଗାୟନ କରାଯାଉଥିଲା । ୧୯୧୫ ରୁ ୧୯୪୭ ପର୍ଯ୍ୟନ୍ତ ସ୍ବାଧୀନତା ଆନ୍ଦୋଳନ କରିଥିଲେ। ବିଶେଷ କରି ସତ୍ୟାଗ୍ରହ ଆନ୍ଦୋଳନ,ଲଵଣ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ, ବିଦେଶୀ ପୋଷାକ ବର୍ଜନ କରିବା ପାଇଁ ଆହ୍ବାନ ଦେଇଥିଲେ।'
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ