ETV Bharat / city

କିଶୋର କୁମାରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ - ଏଣ୍ଡିଭୋର ଟ୍ରଷ୍ଟ

କିଶୋର କୁମାରଙ୍କ ଜନ୍ମଦିନ ଅବସରରେ ତାଙ୍କର କାଳଜୟୀ ଗୀତକୁ ମନେପକାଇଛନ୍ତି କଣ୍ଠଶିଳ୍ପୀ । ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି କିଶୋର କୁମାର ସଙ୍ଗୀତ ସଂନ୍ଧ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 4, 2019, 10:02 PM IST

ଭୁବନେଶ୍ବର: ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି କିଶୋର କୁମାର। ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସଙ୍ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାଙ୍କ କାଳଜୟୀ ସଙ୍ଗୀତ ଗାଇ ମନେ ପକାଇଛନ୍ତି କଣ୍ଠଶିଳ୍ପୀମାନେ ଓ ଏହାକୁ ଖୁବ ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଣ୍ଡିଭୋର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି କିଶୋର କୁମାର ସଙ୍ଗୀତ ସନ୍ଧ୍ୟା । ବିଗତ ଚାରି ବର୍ଷ ପରି ଏବର୍ଷ ମଧ୍ୟ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ଟ୍ରଷ୍ଟର ସଭାପତି ନୀତିଶ କୁମାର ବେହେରାଙ୍କ ଉଦ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଚଳିତ ବର୍ଷ ସାଂସ୍କୃତିକ ସଂଧ୍ୟାରେ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କ ସାଥି ବରଦା ପ୍ରସନ୍ନ ପଟ୍ଟନାୟକ, ଜ୍ୟୋତିର୍ମୟୀ, ଋତୁପର୍ଣ୍ଣ ଓ କୌଶିକ ପ୍ରମୁଖ ଶିଳ୍ପୀମାନେ ଉଭୟ ଏକକ ଓ ଡୁଏଟ ସଙ୍ଗୀତ ପରିବେଷଣ କରିଥିଲେ ।

ସନ୍ଧ୍ୟାରେ ଅତିଥିଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଇଶାନ କୁମାର ପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷା ପ୍ରୀତି ରାୟ, ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଡ଼ ଚିତ୍ତରଞ୍ଜନ ପାଂଣି, ସଂସ୍କୃତିବିଭାଗ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । ପରେ ଜୀବନ କେ ଦୀପ, ପ୍ୟାର ଦିୱାନା ହୋତା ହେ, ଗମ କା ଫସାନା, ଗୀତ ଗାତାହୁଁ, ପ୍ୟାର ହୁଆ ହେ ଜବ ସେ ଭଳି ଅନେକ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:

ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି କିଶୋର କୁମାର।ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସଙ୍ଗୀତ ମାଧ୍ୟମରେ ତାଙ୍କ ଦ୍ବାରା ଗାୟନ କରାଯାଇଥିବା ସଙ୍ଗୀତ ପରିବେଷଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିଳ୍ପୀମାନେ।ଆଉ ଯାହାର ମାଦକତା ଉପସ୍ଥିତ ଦର୍ଶକମଣ୍ଡଳୀଙ୍କୁ ସେହି ସଙ୍ଗୀତର ତାଳେ ତାଳେ ଝୁମିବାକୁ ବାଧ୍ୟ କରିଥିବା ଦେଖିବାକୁ ମିଳିଛି।

Body:କିଶୋର କୁମାରଙ୍କ ପବିତ୍ର ଜୟନ୍ତୀ ଅବସରରେ ଏନ୍ଡିଭର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା କିଶୋର କୁମାର ସଙ୍ଗୀତ ସନ୍ଧ୍ୟା।ବିଗତ ଦିନ ପରି ଏଥର ମଧ୍ୟ ଚତୁର୍ଥ ବର୍ଷ ପାଇଁ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ଟ୍ରଷ୍ଟ ର ସଭାପତି ନୀତିଶ କୁମାର ବେହେରାଙ୍କ ଉଦ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି।ଚଳିତ ବର୍ଷ ଏହି ସାଂସ୍କୃତିକ ସଂଧ୍ୟାରେ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କ ସାଥି ବରଦା ପ୍ରସନ୍ନ ପଟ୍ଟନାୟକ,ଜ୍ୟୋତିର୍ମୟୀ,ଋତୁପର୍ଣ୍ଣ ଓ କୌଶିକ ପ୍ରମୁଖ ଶିଳ୍ପୀମାନେ ଉଭୟ ଏକକ ଓ ଦୈତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।

Conclusion:ଆଜିର ସନ୍ଧ୍ୟାରେ ଅତିଥିଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଇଶାନ କୁମାର ପାତ୍ର,କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷା ପ୍ରୀତି ରାୟ,ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଡ଼ ଚିତ୍ତରଞ୍ଜନ ପାଂଣି,ସଂସ୍କୃତିବିଭାଗ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇ ସନ୍ଧ୍ୟାର ଉଦ୍ଘାଟନ କରିବା ସହିତ କିଶୋର କୁମାରଙ୍କ ସଙ୍ଗୀତ ବିଷୟରେ ସ୍ମୃତିଚାରଣ କରିଥିଲେ।ପରେ ପରେ ଜୀବନ କେ ଦୀପ,ପ୍ୟାର ଦିୱାନା ହୋତା ହେ,ଗମ କା ଫସାନା,ଗୀତ ଗାତାହୁଁ,ପ୍ୟାର ହୁଆ ହେ ଜବ ସେ ଭଳି ଅନେକ ସଙ୍ଗୀତ ରେ ପ୍ରେକ୍ଷାଅଳୟକୁ ଗୁଞ୍ଜରିତ କରିଥିଲେ।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭୁବନେଶ୍ୱର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.