ETV Bharat / city

ଅଜଗର ଓ ଅଣ୍ଡା ଉଦ୍ଧାର ଘଟଣା: ଅଣ୍ଡାର ଏକ୍ସରେରୁ ସାପ ଛୁଆର ଢାଞ୍ଚା ଦୃଶ୍ୟମାନ - ସାପ ଅଣ୍ଡା ଖବର

ଖୋର୍ଦ୍ଧା ଗଡ଼ ନିଆଳ ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡା ମଧ୍ୟରୁ 2 ଟି ଅଣ୍ଡାର ଆଜି ଏକ୍ସରେ କରାଯାଇଛି । ଅଧିକ ପଢନ୍ତୁ...

khurdha snake egg rescue case
ଖୋର୍ଦ୍ଧାରେ ଅଜଗର ଓ ଅଣ୍ଡା ଉଦ୍ଧାର ଘଟଣା; ଅଣ୍ଡାର ହେଲା ଏକ୍ସରେ, ସାପ ଛୁଆର ଢାଞ୍ଚା ହେଲା ଦୃଶ୍ୟମାନ
author img

By

Published : May 23, 2021, 10:24 PM IST

ଭୁବନେଶ୍ବର: ଖୋର୍ଦ୍ଧା ଗଡ଼ ନିଆଳ ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡା ମଧ୍ୟରୁ 2 ଟି ଅଣ୍ଡାର ଆଜି ଏକ୍ସରେ କରାଯାଇଛି । ଓୟୁଏଟି ବନ୍ଦ ଥିବାରୁ ଭୁବନେଶ୍ବରର ଏକ ଘରୋଇ ଡାଇଗୋନଷ୍ଟିକ କେନ୍ଦ୍ରରେ ଅଣ୍ଡାର ଏକ୍ସରେ କରାଯାଇଛି । ଏକ୍ସରେରୁ ନରମ ସାପ ଅଣ୍ଡାର ଖୋଳ ଭିତରେ ଛୁଆର ମେରୁଦଣ୍ଡ ହାଲକା ଭାବରେ ଦୃଶ୍ୟମାନ ହେଉଛି ।

ଖୋର୍ଦ୍ଧାରେ ଅଜଗର ଓ ଅଣ୍ଡା ଉଦ୍ଧାର ଘଟଣା; ଅଣ୍ଡାର ହେଲା ଏକ୍ସରେ, ସାପ ଛୁଆର ଢାଞ୍ଚା ହେଲା ଦୃଶ୍ୟମାନ

ହଳଦିଆ ରେଞ୍ଜ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିବା ଅଣ୍ଡା ଭିତରେ ଛୁଆଙ୍କ ଶରୀର କେତେ ବିକଶିତ ହୋଇଛି ତାହା ଜାଣିବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଚନ୍ଦକା ଡ଼ିଏଫଓଙ୍କୁ ପରାମର୍ଶ ଦେଇଥିଲେ । ଚନ୍ଦକା ଡ଼ିଏଫଓ କେଦାର ସ୍ବାଇଁଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା ଆଜି 2 ଟି ଅଣ୍ଡାକୁ ଆଣି ଭୁବନେଶ୍ବରରେ ଏକ୍ସରେ କରାଇଛନ୍ତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ ସିଲକା ସେଲୋନୀ ଏକ୍ସରେ ଏବଂ ଅଣ୍ଡାର ଯତ୍ନ ନେବା କାମରେ ହଳଦିଆ ରେଞ୍ଜ କର୍ମଚାରୀଙ୍କୁ ସହାୟତା କରିଛନ୍ତି । ଉଦ୍ଧାର ହୋଇଥିବା ଅଜଗର ସାପଟିକୁ ଚନ୍ଦକା ଅଭୟାରଣ୍ୟରେ ଛାଡି ଦିଆଯାଇଥିବାବେଳେ ଅଣ୍ଡାଗୁଡିକୁ ପ୍ରଥମେ ନିଆଳ ସ୍କୁଲ ଏବଂ ପରେ ହଳଦିଆ ରେଞ୍ଜ ଅଫିସରେ ଫୁଟେଇବା ପାଇଁ ରଖାଯାଇଛି ।

ସ୍ନେକ ହେଲ୍ପ ଲାଇନର ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାମ ଚାଲିଛି । ସେହିପରି 2016 ମସିହାରେ ସମ୍ବଲପୁର ରେଢ଼ାଖୋଲରେ ଏକ ଅନୁରୂପ ଘଟଣା କ୍ରମରେ ଶୁଭେନ୍ଦୁ ମଲ୍ଲିକ ଭୁବନେଶ୍ବରରୁ ରେଢ଼ାଖୋଲ ଯାଇ 28 ଅଣ୍ଡାରୁ 22 ଟି ଛୁଆଙ୍କୁ କୃତ୍ରିମ ଉପାୟରେ ଫୁଟେଇବାରେ ସଫଳ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.