ETV Bharat / city

ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ ମିଳିଲା 3 କାୟାକଳ୍ପ ପୁରସ୍କାର - କାୟାକଳ୍ପ ପୁରସ୍କାର ବିତରଣ

ନୂଆଦିଲ୍ଲୀରେ ବିତରଣ କରାଯାଇଛି କାୟାକଳ୍ପ ପୁରସ୍କାର । ସ୍ବାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କୁ ପ୍ରଦାନ କରାଯାଇଛି ସର୍ବଭାରତୀୟ ପୁରସ୍କାର । ଏହି କ୍ରମରେ ରାଜ୍ୟର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ଦ୍ବିତୀୟ ପୁରସ୍କାର ଲାଭ କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 11, 2019, 8:50 PM IST

ଭୁବନେଶ୍ବର: ନୂଆଦିଲ୍ଲୀ ଇଣ୍ଡିଆ ହାବିଟାଟ୍‍ କନ୍‍ଭେନ୍‍ସନ ହଲରେ ଅନୁଷ୍ଠିତ ହୋଇଯାଇଛି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି ଉତ୍ସବରେ ଯୋଗଦେଇ ଓଡିଶା ସମେତ ଅନ୍ୟ ରାଜ୍ୟର ସ୍ବାସ୍ଥ୍ୟ ଅନୁଷ୍ଠାନମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କ୍ରମରେ ଓଡିଶାର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ଦ୍ବିତୀୟ ପୁରସ୍କାର ଲାଭ କରିଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ଲାଭ କରିଛି । ସୂଚନାଯୋଗ୍ୟ ଯେ ଡାକ୍ତରଖାନାର ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିବର୍ଷ ଜିଲ୍ଲା, ସବ୍‍ଡିଭିଜନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଇଥାଏ ।

୨୦୧୮-୧୯ ମସିହାରେ ଓଡିଶାର 6ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 5ଟି ଉପଖଣ୍ଡ ଚିକିତ୍ସାଳୟ, 43ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, 86ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ 42ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବାପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇଛନ୍ତି । ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି କାୟାକଳ୍ପ ପୁରସ୍କାର ପ୍ରଥମେ 6ଟି ବିଭାଗ ଯଥା ଡାକ୍ତରଖାନା ପରିଚାଳନା, ପରିସ୍କାର ପରଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍‍ ପ୍ରମୋସନ ଆଦି ବର୍ଗରେ ପ୍ରଦାନ କରାଯାଉଥିବା ବେଳେ ପ୍ରଥମଥର ପାଇଁ ୨୦୧୮-୧୯ ବର୍ଷରେ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ଏଥିରେ ସାମିଲ କରାଯାଇଛି ।

ଏହି ଉତ୍ସବରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ ଜିଲାନୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ଉପସ୍ଥିତ ଥିଲେ । ଓଡିଶା ତରଫରୁ ଡାକ୍ତର ଶକ୍ତିବ୍ରତ ମହାନ୍ତି ରାୟଗଡା ପାଇଁ ପୁରସ୍କାର ଗ୍ରହଣ କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦ୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ ଏବଂ ଡୁଙ୍ଗୁରୁପାଲି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ପାର୍ଥ ପ୍ରତୀମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶାର ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଡାକ୍ତର ବିଜୟ କୁମାର ସ୍ବାଇଁ ଓ ଡାକ୍ତର ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ପଟ୍ଟନାୟକ, ଇଟିଭି ଭାରତ

Intro:୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‍ କନ୍‍ଭେନ୍‍ସନ ହଲ୍‍ରେ ଆଜି ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ଉତ୍ସବରେ ଯୋଗଦେଇ ଓଡିଶା ସମେତ ଅନ୍ୟ ରାଜ୍ୟର ସ୍ୱାସ୍ୟ୍ଥ ଅନୁଷ୍ଠାନମାନଙ୍କୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି ।ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ । ଏହି କ୍ରମରେ ଓଡିଶାର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ଦ୍ୱିତୀୟ ପୁରସ୍କାର ଲାଭ କରିଛି । ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ଲାଭ କରିଛି । ସୂଚନାଯୋଗ୍ୟ ଯେ ଡାକ୍ତରଖାନାର ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିବର୍ଷ ଜିଲ୍ଲା, ସବ୍‍ଡିଭିଜନ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଇଥାଏ । ୨୦୧୮-୧୯ ମସିହାରେ ଓଡିଶାର ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ୮୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବାପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇଥିଲେ । ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି କାୟାକଳ୍ପ ପୁରସ୍କାର ପ୍ରଥମେ ୬ଟି ବିଭାଗ ଯଥା ଡାକ୍ତରଖାନା ପରିଚାଳନା, ପରିସ୍କାର ପରଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍‍ ପ୍ରମୋସନ ଆଦି ବର୍ଗରେ ପ୍ରଦାନ କରାଯାଉଥିବା ବେଳେ ପ୍ରଥମଥର ପାଇଁ ୨୦୧୮-୧୯ ବର୍ଷରେ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ଏଥିରେ ସାମିଲ କରାଯାଇଛି । ଏହି ଉତ୍ସବରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ ଜିଲାନୀ ଏବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ଉପସ୍ଥିତ ଥିଲେ । ଓଡିଶା ତରଫରୁ ଡାକ୍ତର ଶକ୍ତିବ୍ରତ ମହାନ୍ତି ରାୟଗଡା ପାଇଁ ପୁରସ୍କାର ଗ୍ରହଣ କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦ୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ ଏବଂ ଡୁଙ୍ଗୁରୁପାଲି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ପାର୍ଥ ପ୍ରତୀମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶାର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଡାକ୍ତର ବିଜୟ କୁମାର ସ୍ୱାଇଁ ଓ ଡାକ୍ତର ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.