ETV Bharat / city

ବିଜେଡିରୁ କଳ୍ପତରୁ ଓଝା ବହିଷ୍କୃତ, ଅପରାହ୍ମରେ ଦେଇଥିଲେ ଇସ୍ତଫା - ଇସ୍ତଫା ଦେଲେ କଳ୍ପତରୁ ଓଝା

ବିଜେଡି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝାକୁ ବହିଷ୍କୃତ କରାଯାଇଛି । ସେ ଇସ୍ତଫା ଦେବା ପରେ ପରେ ହିଁ ଦଳରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସେପଟେ ଦଳରେ ଅଣଦେଖା ପାଇଁ ସେ ଇସ୍ତଫା ଦେଇଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କଳ୍ପତରୁ ଓଝା, ପ୍ରତିକ୍ରିୟା ରଖିଲେ ଦଳୀୟ କର୍ମୀ

author img

By

Published : Sep 28, 2020, 1:24 PM IST

Updated : Sep 28, 2020, 1:34 PM IST

ଭୁବନେଶ୍ବର: ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କଳ୍ପତରୁ ଓଝା । ଆଜି ପୂର୍ବାହ୍ନରେ ନିଜର ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି ସେ । ସେପଟେ ତାଙ୍କ ଇସ୍ତଫାକୁ ନେଇ ଦଳୀୟ କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିକଟରେ ବିଜେଡି ତାର ଯୁବ ସଂଗଠନ ବିସ୍ତାର କରିବା ସହ ନୂତନ କର୍ମକର୍ତ୍ତା ଚୟନ କରିଥିଲା । ରବିବାର ଦଳ ପକ୍ଷରୁ ଯୁବ ଜନତା ଦଳର ନୂଆ ସଭାପତି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କଳ୍ପତରୁ ଓଝା, ପ୍ରତିକ୍ରିୟା ରଖିଲେ ଦଳୀୟ କର୍ମୀ

ପୂର୍ବରୁ ଦଳରେ ନୂଆ ସଙ୍ଗଠନ ବିସ୍ତାରରେ ସ୍ଥାନିତ ହୋଇଥିବା କର୍ମକର୍ତ୍ତାମାନଙ୍କୁ ନେଇ ଦଳରେ ଛକାପଞ୍ଝା ଲାଗି ରହିଥିଲା । ଆଜି ଦଳର ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା କଥା କଳ୍ପତରୁ ଓଝାଙ୍କ ଇସ୍ତଫା ପରେ ସାଧାରଣରେ ପରିପ୍ରକାଶ ହୋଇଛି । ଆଜି ପୂର୍ବାହ୍ନରେ ନିଜର ଇସ୍ତଫା ଦେବା କଥା ଘୋଷଣା ଅବସରରେ କଳ୍ପତରୁ ନୂଆ ସଙ୍ଗଠନର ଦାୟିତ୍ବ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଦଳରେ ଦୀର୍ଘ ବର୍ଷ ଧରି ସଙ୍ଗଠନ ପାଇଁ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ହତାଦର କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ସଙ୍ଗଠନରେ ଦକ୍ଷତା ନଥିବା ଓ ସ୍ୱଳ୍ପ ସମୟ ଦଳ ପାଇଁ କାର୍ଯ୍ୟ କରିଥିବା କର୍ମୀମାନଙ୍କୁ ବଡ଼ ବଡ଼ ପଦବୀରେ ନିଯୁକ୍ତି ଦିଆଯିବାକୁ ସେ ବିରୋଧ କରିଛନ୍ତି । ଏଥିସହ ଯୁବକ ମାନଙ୍କ ସହିତ ସୁସମ୍ପର୍କ ରଖୁନଥିବା ନୂଆ ନିଯୁକ୍ତ ଯୁବ ସଭାପତିଙ୍କ ନେତୃତ୍ୱରେ କାମ କରିବାକୁ ସେ ସହଜ ମନେ ନକରି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ସେ ଦଳର ଜଣେ ସୁସଂଗଠିତ କର୍ମୀ ହିସାବରେ ନିଜର କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ କଳ୍ପତରୁ ନିଜର ଇସ୍ତଫା ଘୋଷଣା କରିବା ପରେ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ବହିଷ୍କାର କରିଥିବା ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ତେବେ ଏନେଇ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିବାକୁ ରବିବାର ଠାରୁ ସୁପାରିସ କରାଯାଇଥିଲା । ଏ ବାବଦରେ ପୂର୍ବରୁ ସୂଚନା ପାଇ ସେ ଇସ୍ତଫା ଦେଇଛନ୍ତି । ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରିବ ନାହିଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ତପନ ଦାସ, ଇଟିଭି ଭାରତ

Last Updated : Sep 28, 2020, 1:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.