ETV Bharat / city

ପରୀ ହତ୍ୟାକାଣ୍ଡ ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାସ୍ତାରେ ଗର୍ଜିଲା ବିଜେପି

author img

By

Published : Nov 25, 2020, 4:55 PM IST

ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପରୀ ମୃତ୍ୟୁ ମାମଲାରେ ସମ୍ପୃକ୍ତି ନେଇ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ମହିଳା କର୍ମୀ ରାସ୍ତାରେ ବିକ୍ଷୋଭ କରୁଥିବା ବେଳେ କାବୁ କଲା ପୋଲିସ । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡ, ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାସ୍ତାରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ନ୍ୟାୟ ଦାବି କରି ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପରୀ ମୃତ୍ୟୁ ମାମଲାରେ ସମ୍ପୃକ୍ତି ନେଇ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ସମ୍ପୃକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର ଧରି ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶତାଧିକ ମହିଳା କର୍ମୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଯାଉଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ତାଙ୍କୁ କାବୁ କରିନେଇଥିଲା ।

ପରୀ ହତ୍ୟାକାଣ୍ଡ ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାସ୍ତାରେ ଗର୍ଜିଲା ବିଜେପି

ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ପରୀ ପରିବାରକୁ ନ୍ୟାୟ ଦାବି କରି ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲେ ମହିଳା ମୋର୍ଚ୍ଚାର ସଦସ୍ୟ । ରାଜ୍ୟ ସରକାର ଗୋଟିଏ ପଟେ ପରୀ ଯୋଜନା କରୁଛନ୍ତି ଆଉ ଗୋଟିଏ ପଟେ ପରୀ ଭଳି ନାବାଳିକାଙ୍କୁ ହତ୍ୟା କରାଯାଉଛି, କୋଉଠି ନା କୋଉଠି ରାଜ୍ୟ ସରକାରଙ୍କ କଥା ଓ କାର୍ଯ୍ୟରେ ତାଳମେଳ ରହୁନାହିଁ ।

ତେବେ ପରୀର ପରିବାରକୁ ନ୍ୟାୟ ମିଳିବା, ହତ୍ୟାକାରୀକୁ ଦଣ୍ଡ ଦେବା ଓ ମନ୍ତ୍ରୀଙ୍କ ଇସ୍ତଫା ନଦେବା ପର୍ଯ୍ୟନ୍ତ ବିଜେପି ମହିଳା ମୋର୍ଚ୍ଚା ସ୍ବରକୁ ଶାଣିତ କରି ରଖିବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.