ETV Bharat / city

ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ମାମଲା, ଡାକ୍ତରଙ୍କୁ ଅଢେଇ ବର୍ଷ ଜେଲ

author img

By

Published : Aug 25, 2022, 7:20 PM IST

ରାଜଧାନୀ ସ୍ଥିତ ଏକ କ୍ଲିନିକରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ କରୁଥିବା ଡାକ୍ତରାଣୀଙ୍କୁ ଅଢେଇ ବର୍ଷ ଜେଲ ଦଣ୍ଡ । ଭୁବନେଶ୍ବର JMFC କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ପାଇଁ ଡାକ୍ତରଙ୍କୁ ଜେଲ ଦଣ୍ଡ । ବେଆଇନ ଭାବେ ଭ୍ରୂଣ ନିରୂପଣ ମାମଲାରେ ଏକ କ୍ଲିନିକର ମାଲିକାଣୀ ତଥା ଡାକ୍ତରାଣୀ ନବନୀତା ପାଢୀ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ତାଙ୍କୁ ଅଢେଇବର୍ଷ ଜେଲ ଦଣ୍ଡ ସହ ୯ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭୁବନେଶ୍ବର ଜେଏମଏଫସି (JMFC) କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ, ଡାକ୍ତରଙ୍କୁ ଅଢେଇ ବର୍ଷ ଜେଲ

୭ ଜଣ ସାକ୍ଷୀ ୧୪ଟି ଦସ୍ତାବିଜ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ କେସ ପରିଚାଳନା କରୁଥିବା ସରକାରୀ ପିପି ନିରଞ୍ଜନ ବେହେରା କହିଛନ୍ତି, "୨୦୧୯ ମସିହା ଅଗଷ୍ଟ ୩୦ ତାରିଖରେ ଖୋର୍ଦ୍ଧା କଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବରର ବିଭିନ୍ନ କ୍ଲିନିକ ଓ ହସ୍ପିଟାଲରେ ବେଆଇନ ଗର୍ଭପାତ ହେଉଥିବା ନେଇ ଏକ ଡ୍ରାଇଭ ଆରମ୍ଭ ହୋଇଥିଲା । ଆଉ ସେତେବେଳେ ଜୟଦେବ ବିହାରରେ ଥିବା ଏକ କ୍ଲିନିକରେ ଏଭଳି ହେଉଥିବା ନେଇ ରେଡ୍‌ ହୋଇଥିଲା ।

ଡାକ୍ତରାଣୀ ନବନୀତା ପାଢୀ
ଡାକ୍ତରାଣୀ ନବନୀତା ପାଢୀ

ଏହା ବି ପଢନ୍ତୁ- କ୍ୟାପିଟାଲ ହସ୍ପିଟାଲରେ ଲାଗିଲା ଏପରି ମେସିନ, ରୋଗୀ ଗୁରୁତର ହେଲେ ଡାକିଦେବ ଡାକ୍ତର

ସେତେବେଳେ କ୍ଲିନିକରେ ଲାଇସେନ୍ସ ନଥିବା ଓ ବେଆଇନ ଭାବେ ଏପରି ଗର୍ଭପାତ ଓ ଲିଙ୍ଗ ନିରୂପଣ ଭଳି କାର୍ଯ ଚାଲୁଥିଲା । ତେବେ ଏହି କେସ ଆଧାରରେ ଭୁବନେଶ୍ବର ଜେଏମଏଫସିରେ କେସ ପରିଚାଳନା ହୋଇଥିଲା । ପ୍ରି-କନସେପ୍ସନ ପ୍ରି-ନାଟାଲ ଡାଇଗ୍ନୋସ୍ଟିକ ଟେକନିକ (PC-PNDT Act ) ୧୯୯୪ ଆକ୍ଟର ନିୟମ ଅନୁସାରେ ଡାକ୍ତରାଣୀ ନବନୀତା ପାଢୀଙ୍କୁ ଦୋଷି ସାବସ୍ତ୍ୟ କରିଛନ୍ତି କୋର୍ଟ ।

କେବଳ ରାଜଧାନୀ ନୁହେଁ ସିଲଭରସିଟିରେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ହେଉଛି । ଘରୋଇ କ୍ଲିନିକରେ ପିତାମାତା ହେବାକୁ ଥିବା ଦମ୍ପତିଙ୍କଠାରୁ ଅର୍ଥ ନେଇ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୂପଣ ହେଉଛି । ଏହାସହିତ ଗର୍ଭପାତ ମଧ୍ୟ କରାଯାଉଛି । ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଶାସନ ରେଡ କରିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.