ETV Bharat / city

'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ' - baji rout

ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଏହା କହିଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ । ଅଧିକ ପଢନ୍ତୁ...

'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ'

author img

By

Published : Oct 11, 2021, 10:22 PM IST

ଭୁବନେଶ୍ବର: ଏକ ନିର୍ଭୀକ ତଥା ଭେଦଭାବହୀନ ସମାଜ ଗଠନ କରିବା ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ସ୍ୱପ୍ନ । ସେହିପରି ସର୍ବକନିଷ୍ଠ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିଲେ । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଏହା କହିଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ । ଦୁଇ କର୍ମଯୋଗୀଙ୍କୁ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ ଭାବେ ସେ ବର୍ଣ୍ଣନା କରିଛନ୍ତି ।

'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ'
'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ'
'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ'
'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ'

ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଆୟୋଜିତ ୱେବିନାର ଉଦ୍‌ଘାଟକ ଭାବେ ଉପସ୍ଥିତ ଥିଲେ ଉପବାଚସ୍ପତି । ସେ କହିଛନ୍ତି ଯେ, ଲୋକନାୟକ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତିର ପ୍ରବର୍ତ୍ତକ ତଥା ସ୍ୱାଧୀନୋତ୍ତର ସମୟରେ ଗଣତନ୍ତ୍ରର ଉପଯୁକ୍ତ ପରିପ୍ରକାଶ ଏବଂ ଛାତ୍ରଛାତ୍ରୀମାନେ ଶହୀଦ ବାଜିରାଉତଙ୍କ ପରି ନିର୍ଭୀକଚିତ୍ତ ହେବାକୁ ପରାମର୍ଶ ଦେଇଛନ୍ତି । ଶିକ୍ଷା ଓ ଶିକ୍ଷକ ଏବଂ ଉତ୍ତରପିଢ଼ି ବାଜିରାଉତଙ୍କ ଉଦ୍ଦାମ ଦେଶପ୍ରେମରୁ ଆଦର୍ଶ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଉପବାଚସ୍ପତି ।

ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବକ୍ତବ୍ୟରେ କହିଛନ୍ତି ଯେ, ଲୋକନାୟକ ଜୟପ୍ରକାଶ ସମାଜବାଦର ପ୍ରତିଷ୍ଠା ନିମନ୍ତେ ସର୍ବଦା ଉଦ୍ୟମ କରିଥିଲେ । ଏହା ସହ ବିନୋବା ଭାବେଙ୍କ ପ୍ରବର୍ତ୍ତିତ ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଭୂଦାନ ମାଧ୍ୟମରେ ଭୂମିହୀନଙ୍କ ଆର୍ଥିକ ଉନ୍ନତି ପାଇଁ ସେ ଚେଷ୍ଟିତ ଥିଲେ । ୧୯୭୫ ମସିହାରେ ଯେତେବେଳେ ବ୍ୟକ୍ତି ସ୍ୱାଧୀନତା ସଂକୁଚିତ ହେଲା, ତାହା ଜୟପ୍ରକାଶଙ୍କୁ କ୍ଷୁବ୍ଧ କରିଥିଲା । ସେ ଆଜୀବନ କୌଣସି ପଦପଦବୀ ପାଇଁ ଲାଳାୟିତ ନଥିଲେ । ସେହିଭଳି ୧୨ ବର୍ଷର ବାଳକ ବାଜିରାଉତଙ୍କ ଦୁଃସାହସିକ କାହାଣୀ ଆଜି ବି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଯୁବକ ସମସ୍ତଙ୍କର ପ୍ରେରଣା ହୋଇରହିଛି ।

ସମ୍ମାନିତ ଅତିଥି ଓଡ଼ିଶା ରିଭିୟୁ ଏବଂ ଉତ୍କଳ ପ୍ରସଙ୍ଗର ସଂପାଦକ ଲେନିନ୍‌ ମହାନ୍ତି କହିଛନ୍ତି ଯେ, ଯଥାର୍ଥରେ ଲୋକନାୟକ ଜୟପ୍ରକାଶ ଏବଂ ଅମର ଶହୀଦ ବାଜିରାଉତ ଥିଲେ ମୁକ୍ତି ସଂଗ୍ରାମୀ । ନିର୍ଭୀକତା ଏବଂ ଦେଶମାତୃକାର ସେବା ପାଇଁ ଦୁଇଜଣ ସଦା ପ୍ରେରିତ ଥିଲେ । ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ୟ ଡ. ନେତାଜୀ ଅଭିନନ୍ଦନ ନିଜର ବକ୍ତବ୍ୟରେ କହିଛନ୍ତି । ଅମର ଶହୀଦ ବାଜିରାଉତଙ୍କ ଶହୀଦ ହେବା ସେ ସମୟରେ ସମଗ୍ର ଭାରତବର୍ଷ କାହିଁକି ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା । ପ୍ରତିଷ୍ଠିତ ସମ୍ବାଦପତ୍ରମାନେ ଶହୀଦ ବାଜିରାଉତଙ୍କ ବିଷୟରେ ବହୁ ଚର୍ଚ୍ଚା କରିଥିଲେ । ଲୋକଶକ୍ତିରେ ଶକ୍ତିମାନ୍‌ ଜୟପ୍ରକାଶ ସଂପୂର୍ଣ୍ଣ କ୍ରାନ୍ତି ତଥା ସର୍ବୋଦୟ ଓ ଭୂଦାନରେ ନିଜକୁ ସାମିଲ କରି ସମଗ୍ର ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସୁସ୍ଥ ଗଣତନ୍ତ୍ର ଏବଂ ଗ୍ରାମ୍ୟ ସ୍ୱରାଜ ପାଇଁ ଲକ୍ଷ୍ୟ ରଖିଥିଲେ । ଆଜିବି ତାଙ୍କର ପ୍ରାସଙ୍ଗିକତା ରହିଛି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ଲୋକନାୟକ ଜୟପ୍ରକାଶଙ୍କୁ ଭେଦଭାବହୀନ ସମାଜ ଗଠନ ତଥା ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ଅଗ୍ରଦୂତ ଭାବେ ସେ ବର୍ଣ୍ଣନା କରିଛନ୍ତି । ଏହା ସହିତ ଭାରତବର୍ଷରେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜିରାଉତଙ୍କ ବଳିଦାନ ଅତୁଳନୀୟ ବୋଲି ସେ କହିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ୱେବିନାର୍‌ ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ସକାଳେ ଭୁବନେଶ୍ୱର ମାଷ୍ଟରକାଣ୍ଟିନ୍‌ ଛକଠାରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଣ୍ଟିଆ, ବିଭାଗର ଅନ୍ୟ ପଦାଧିକାରୀ ଏବଂ ଅତିଥିମାନେ ଯୋଗଦେଇ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.