ETV Bharat / city

ନୂଆ ବର୍ଷରୁ ‘ମୋ ସରକାର’ ରେ ସାମିଲ ହେବ ଶ୍ରମ ବିଭାଗ

author img

By

Published : Dec 23, 2019, 6:30 PM IST

ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ‘ମୋ ସରକାର’ ଅଧିନକୁ ଆସିବ ଶ୍ରମ ବିଭାଗ। ଏଣିକି ଶ୍ରମିକଙ୍କୁ ମିଳିବ ନ୍ୟାୟ।

PHOTO
ଶ୍ରମ ବିଭାଗ

ଭୁବନେଶ୍ବର: ନୂଆ ବର୍ଷରେ ‘ମୋ ସରକାର’ ଅଧିନକୁ ଆସିବ ଶ୍ରମ ବିଭାଗ। ଏହା ମାଧ୍ୟମରେ ସରକାର ଗୋଟିଏ ପରେ ଗୋଟିଏ ଯୋଜନାକୁ ସାମିଲ କରୁଛନ୍ତି। ସେଥିପାଇଁ ଶ୍ରମ ବିଭାଗରେ କିପରି ସ୍ବଚ୍ଛତା ସହ ଶ୍ରମିକଙ୍କୁ ସରକାରୀ ସୁବିଧା ମିଳିପାରିବ, ମଧ୍ୟସ୍ଥି ରହିବେନି, ସେ ନେଇ ପ୍ରସ୍ତୁତି ଚାଲିଛି। ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ‘ମୋ ସରକାର’ ସଚେତନତା କର୍ମଶାଳାରେ ଏହି ସୂଚନା ଦେଇଛନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାଷ ସିଂ।

ସରକାରରେ ସାମିଲ ହେବ ଶ୍ରମ ବିଭାଗ

ଦାଦନ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ବଡ ଘୋଷଣା କରିବେ। 11ଟି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ଜାନୁଆରୀରେ ଶ୍ରମ ବିଭାଗ ସାମିଲ ହେବ ‘ମୋ ସରକାର’ ଯୋଜନାରେ। ଯେଉଁ ସରକାରୀ ଅଧିକାରୀ ଚଞ୍ଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଲାଲଙ୍କ ଦ୍ବାରା ଶ୍ରମିକ ଯେମିତି ନିର୍ଯ୍ୟାତିତ ନହେବେ ସେ ନେଇ ବିଭାଗ ସଚେତନ ଅଛି। ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି। 5 ରାଜ୍ୟରେ ଓଡିଶା ଶ୍ରମିକଙ୍କ ପାଇଁ ହେଲ୍ପ ଡେସ୍କ ଖୋଲାଯାଇଛି। ସେଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ। ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସହ ସମନ୍ବୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ବତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro: ନୂଆ ବର୍ଷରେ ଶ୍ରମ ବିଭାଗ ସାମିଲ ହେବ ମୋ ସରକାର ଯୋଜନାରେ। କିପରି ସ୍ୱଚ୍ଛତା ସହ ଶ୍ରମିକମାନଙ୍କୁ ସରକାରୀ ସୁବିଧା ମିଳିପାରିବ, ମଧ୍ୟସ୍ଥି ରହିବେନି, ସେ ନେଇ ପ୍ରସ୍ତୁତି ଚାଲିଛି। ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳାରେ ଏହି ସୂଚନା ଦେଇଛନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାଷ ସିଂ। ଦାଦନ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ବଡ଼ ଘୋଷଣା କରିବେ। Body:11ଟି ଜିଲ୍ଲାକୁ ଦାଦନପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି।
ଜାନୁଆରୀ ମାସରେ ଶ୍ରମ ବିଭାଗ ସମିକ ହେବ ମୋ ସରକାର ଯୋଜନାରେ। ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ବି ଚାହୁନୁ ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ। ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ। ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି। ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି। 5 ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି। ଏହି 5 ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ। ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ। Conclusion:ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ। ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି କାରଣ ସଚେତନତାର ଅଭାବ ରହିଛି। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.