ETV Bharat / city

ବନ୍ଧୁତ୍ବ ଦିବସକୁ ନିଆରା ଭାବେ ପାଳିଲା ଯାଯାବର ସଂଗଠନ

author img

By

Published : Aug 7, 2022, 10:40 PM IST

ବନ୍ଧୁତ୍ବ ଦିବସରେ ସାମ୍ବାଦିକ ସଂଘର ନିଆରା ବାର୍ତ୍ତା । ସ୍ବଚ୍ଛ ପରିବେଶ ମିଶନକୁ ଆଗେଇ ନେବା ଉଦ୍ଦେଶ୍ୟରେ ରାଜଧାନୀରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

cleaning programme by journalist union in bhubaneswar
ସ୍ବଚ୍ଛ ପରିବେଶ ବାର୍ତ୍ତା ନେଇ ବନ୍ଧୁତ୍ବ ଦିବସ ପାଳିଲା ଯାଯାବର ସଂଗଠନ

ଭବନେଶ୍ବର: ଅନ୍ୟକୁ କହିବା ପୂର୍ବରୁ ନିଜଠୁ ଆରମ୍ଭ କର । ଅନ୍ୟଙ୍କୁ ସଚେତନ କରିବା ପୂର୍ବରୁ ନିଜକୁ ସତର୍କ କରାଅ । ପରିବେଶର ସ୍ବଚ୍ଚତା ପ୍ରଥମେ ନିଜଠୁ ଆରମ୍ଭ । ତେଣୁ ସ୍ବଚ୍ଛତାର ବାର୍ତ୍ତା ଦେଇ ବନ୍ଧୁତ୍ବ ଦିବସକୁ ନିଆରା ଢଙ୍ଗରେ ପାଳିଛି ଯାଯାବର । ସାମ୍ବାଦିକ ସଂଘ ପକ୍ଷରୁ ପରିବେଶ ସୁରକ୍ଷା ପ୍ରତି ସଚେତନ ବାର୍ତ୍ତା ଦିଆଯାଇଛି ।

ସ୍ବଚ୍ଛ ପରିବେଶ ବାର୍ତ୍ତା ଦେଇ ବନ୍ଧୁତ୍ବ ଦିବସ ପାଳିଲା ଯାଯାବର ସଂଗଠନ

ସ୍ବଚ୍ଛ ପରିବେଶ ମିଶନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଭୁବନେଶ୍ବର ଖଣ୍ଡଗିରି ବସଷ୍ଟାଣ୍ଡ ପରିସରକୁ ସାମ୍ବାଦିକମାନେ ସଫା କରିଛନ୍ତି । ଏହାସହ ରାସ୍ତା କଡରେ ବୃକ୍ଷରୋପଣ କରିଛନ୍ତି । ଯାଯାବର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଭାବେ ସାମ୍ବାଦିକମାନେ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କୁ ଏହି ପ୍ରୟାସ ସହ ଯୋଡି ହେବାକୁ ଆହ୍ବାନ ମଧ୍ୟ ଦେଇଛନ୍ତି । ଆଗାମୀ ଦିନରେ ସଂଗଠନ ତରଫରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ପ୍ରତ୍ୟେକ ରବିବାର ସାମାଜିକ କାର୍ଯ୍ୟ କରାଯିବ ବୋଲି ଯାଯାବର ସଂଗଠନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.