ETV Bharat / city

ଝାଡଖଣ୍ଡରେ ଓଡିଆ ଭାଷାକୁ ଉପେକ୍ଷା; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା - ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା

ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଅଧିକ ପଢନ୍ତୁ...

Leader of the Opposition
Leader of the Opposition
author img

By

Published : Sep 29, 2021, 10:52 PM IST

ଭୁବନେଶ୍ବର: ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

PHOTO
ଝାଡଖଣ୍ଡରେ ଓଡିଆ ଭାଷାର ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା

ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟକ ରାଜ୍ୟର ଆଞ୍ଚଳିକ ଭାଷା ହେଉଛି ରାଜ୍ୟର ନିଜସ୍ବ ପରିଚୟ । ହେଲେ ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାରୁ ପ୍ରତ୍ୟାହାର କରିବାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଝାରଖଣ୍ଡ ଏଭଳି କରିବା ଦ୍ବାରା ଓଡିଆଙ୍କ ସ୍ବାଭିମାନ ପ୍ରତି କୁଠାରଘାତ ହୋଇଛି ବୋଲି କହିଛନ୍ତି ପ୍ରଦୀପ୍ତ । ଅସୁସ୍ଥ ଥିଲେ ମଧ୍ୟ ବୁଧବାର, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏ ଘଟଣାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ ନାଏକ ।

ଝାଡଖଣ୍ଡରେ ହଜାର ହଜାର ଓଡିଆ, ବାସ କରନ୍ତି । ସେଥିପାଇଁ 2011 ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ଭାବେ ମାନ୍ୟତା ଦେଇଥିଲେ । ଓଡିଆ ପିଲା ସେଠି ପାଠ ପଢୁଛନ୍ତି, ଏହି ନିଷ୍ପତ୍ତି ଦ୍ବାରା ଓଡିଆ ପିଲା ଓଡିଆ ପଢିବାରୁ ବଞ୍ଚିତ ହେବେ । ତେଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ପ୍ରଦୀପ୍ତ ଚିଠି ଯୋଗେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.