ETV Bharat / city

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବସିଲା ଉପଦେଷ୍ଟା କମିଟି ବୈଠକ

author img

By

Published : Aug 26, 2022, 10:59 PM IST

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠିତ ବିଧାନସଭା ଉପଦେଷ୍ଟା କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠିତ ବିଧାନସଭା ଉପଦେଷ୍ଟା କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି (advisory-committee-meeting held ) । ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିଛି । ଅମର ଶତପଥୀ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ଦଳର ବିଧାୟକ ଉପସ୍ଥିତ ଥିଲେ । ଆଜି ଏହି ଉପଦେଷ୍ଟା କମିଟିର ପ୍ରଥମ ବୈଠକ ହୋଇଛି । କେଉଁ ରାଜ୍ୟରେ କେତେ ଦରମା ଅଛି, ତାହାକୁ ଅନୁଧ୍ୟାନ କରାଯିବ । ସଂସଦୀୟ ବ୍ୟାପାର ବିଭାଗ ଅଧିନରେ ଏହି କାର୍ଯ୍ୟକ୍ରମ ହେବ ।

ବିଭିନ୍ନ ରାଜ୍ୟରୁ ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ତଥ୍ୟ ସଂଗ୍ରହ ହେବ । ଏହାକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ଅମର କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ଏହାର ନିଷ୍ପତ୍ତି ଗୋଟିଏ ବୈଠକରେ ହୋଇପାରିବ ନାହିଁ । ଅନୁଧ୍ୟାନ କରିବା ଲାଗି ଅନ୍ୟ ରାଜ୍ୟକୁ ଯିବ କମିଟି । ଆସନ୍ତା 6 ତାରିଖରେ ବସିବାକୁ ଥିବା ଦ୍ଵିତୀୟ ବୈଠକରେ ଅନ୍ୟ କେଉଁ ରାଜ୍ୟକୁ କମିଟି ଗସ୍ତ କରିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଅନ୍ୟ ରାଜ୍ୟରେ 5 ବର୍ଷ ପୂର୍ବରୁ ଦରମା ବୃଦ୍ଧି ହୋଇଛି । ଆଜିର ବୈଠକରେ ପୂର୍ବତନ ବିଧାୟକଙ୍କ ପେନସନ ଓ ମେଡ଼ିକାଲ ଖର୍ଚ୍ଚ ବାବଦରେ ଆଲୋଚନା ହୋଇଛି । ଅନ୍ୟ ରାଜ୍ୟରେ ବିଧାୟକଙ୍କ ଲାଗି କଣ ବ୍ୟବସ୍ଥା ହୋଇଛି, ସେନେଇ ତଥ୍ୟ ଆସିଲେ ଆଲୋଚନା କରାଯିବ । ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ଭତ୍ତା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଥିଲେ ବିଧାୟକ । ଏହା ସହ ପୂର୍ବତନ ବିଧାୟକ ମାନଙ୍କର ପେନସନ ରାଶି ବୃଦ୍ଧି କରିବାକୁ ଦାବି କରାଯାଇଥିଲା । ଦାବିକୁ ଶାସକ ଓ ବିରୋଧୀ ବିଧାୟକ ମାନେ ସମର୍ଥନ କରିଥିଲେ । ଶେଷ ଥର ପାଇଁ 2017 ସେପ୍ଟେମ୍ବର 13 ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ହୋଇଥିଲା ।

ଅନ୍ୟ ରାଜ୍ୟର ବିଧାୟକମାନେ 2 ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ବେଳେ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ 99 ହଜାର 800 ଟଙ୍କା ରହିଛି । ତେଣୁ ଏହାକୁ ବଢାଇବାକୁ ସେ ଦାବି ହୋଇଥିଲା । ପୂର୍ବତନ ବିଧାୟକମାନେ 30 ହଜାର ଟଙ୍କା ପେନସନ ପାଉଛନ୍ତି । ସାଧାରଣ ଲୋକଙ୍କ ପରି ବିଧାୟକ, ପୂର୍ବତନ ବିଧାୟକ, ସ୍ବର୍ଗତ ପୂର୍ବତନ ବିଧାୟକଙ୍କ ପତ୍ନୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ସମ୍ପୂର୍ଣ୍ଣ ସୁବିଧାରେ ସାମିଲ କରିବା ଲାଗି ଦାବି ହୋଇଥିଲା । ଯାହାକୁ ବାଚସ୍ପତି ଗ୍ରହଣ କରି ଉପଦେଷ୍ଟା କମିଟି ଗଠନ କରିଛନ୍ତି ।

ଭବାନୀ ଶଙ୍କର ଦାସ, ଇଟିଭି ଭାରତ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.