ETV Bharat / city

ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଅନିୟମିତା: ନିମାପଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ ଓ ସହକାରୀ ଯନ୍ତ୍ରୀ ସ୍ଥାନାନ୍ତରିତ

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଅନିୟମିତା । ନିମାପଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ ଓ ସହକାରୀ ଯନ୍ତ୍ରୀ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ...

Irregularities in  implementation of flagship Scheme in nimapada
ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଅନିୟମିତା
author img

By

Published : Jul 5, 2021, 10:15 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ମୁକ୍ତା’ର କାର୍ଯ୍ୟକାରିତାରେ ଅନିୟମିତତା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ପୁରୀ ଜିଲ୍ଲା ନିମାପଡା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ । କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ରଙ୍କୁ ଆଜି ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।

Irregularities in  implementation of flagship Scheme in nimapada
ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଅନିୟମିତା

ଶଶିଭୂଷଣ ସରକାରୀ ଆଦେଶର ଅବମାନନା, କର୍ତ୍ତବ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଦର୍ଶାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ବିନା ଅନୁମତିରେ ତାଙ୍କୁ ମୁଖ୍ୟାଳୟ ଛାଡି ନଯିବାକୁ କୁହାଯାଇଛି । ସେହିଭଳି ବିଭାଗ ପକ୍ଷରୁ ଏହି ଏନ୍ଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁଧାକରଙ୍କୁ ତତ୍କଳ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିକୁ ବଦଳି କରାଯାଇଛି ।

ତାଙ୍କ ସ୍ଥାନରେ କୋଦଳା ଏନ୍ଏସିର ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି । ପୌର ସଂସ୍ଥାଗୁଡିକରେ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି । ଏହା ସହିତ ବିଭାଗୀୟ ଅଧିକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖୁଛନ୍ତି ବରିଷ୍ଠ ଅଧିକାରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.