ଭୁବନେଶ୍ବର: ବରିଷ୍ଠ ଆଇପିଏସ ଜୟ ନାରାୟଣ ପଙ୍କଜଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ଜୟନାରାୟଣ । ଏନେଇ ଆଜି ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି ବିଜ୍ଞପ୍ତି ନ ବାହାରିବା ଯାଏଁ ସେ ଏହି ଦାୟିତ୍ବ ନେବେ ।
କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ଡିଆଇଜି ସହ କେନ୍ଦ୍ରାଞ୍ଚଳ ପୋଲିସ ମୁଖ୍ୟ ଭାର ସମ୍ଭାଳିବେ ଜୟ । କେନ୍ଦ୍ରାଞ୍ଚଳ ଡିଆଇଜି ଥିବା ଆଶିଷ ସିଂଙ୍କୁ ସରକାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସହ କିଛି ଦିନ ତଳେ ବଦଳି କରିଥିଲେ । ଆଶିଷଙ୍କୁ ରାଜ୍ୟ ଅବକାରୀ କମିଶନର ଭାବେ ନିଯୁକ୍ତ କରିଛନ୍ତି । ଫଳରେ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରାଞ୍ଚଳ ଡିଆଇଜି ପଦ ଖାଲି ପଡିଥିଲା ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ