ETV Bharat / city

ମେକ ଇନ ଓଡିଶା କନକ୍ଲେଭ-୨୦୨୦: ବେଙ୍ଗାଲୁରରେ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ - ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୦

ବେଙ୍ଗାଲୁରସ୍ଥିତ ତାଜ ୱେଷ୍ଟ ଏଣ୍ଡ ହୋଟେଲଠାରେ ଓଡିଶା ରାଜ୍ୟ ପ୍ରତିନିଧି ମଣ୍ଡଳଗଣଙ୍କ ଦ୍ବାରା ଆୟୋଜିତ ‘ଓଡ଼ିଶାରେ କପଡ଼ା ଓ ପୋଷାକ’ ବୈଠକକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର । ଅଧିକ ପଢନ୍ତୁ...

make in odisha conclave 2020
ବେଙ୍ଗାଲୁରରେ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ
author img

By

Published : Jan 23, 2020, 2:20 AM IST

ଭୁବନେଶ୍ବର: ବିଗତ 2 ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି । କପଡା ଓ ପୋଷାକ ଶିଳ୍ପ ପାଇଁ ବହୁ ସଂଖ୍ୟାରେ ଗୁଣବତ୍ତା ସମ୍ପନ୍ନ କୁଶଳୀ ଦକ୍ଷ ମାନବ ସମ୍ବଳ କାର୍ଯ୍ୟାବଳୀ ଓଡିଶାରେ ଉପଲବ୍ଧ ବୋଲି ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ତାଜ ୱେଷ୍ଟ ଏଣ୍ଡ ହୋଟେଲଠାରେ ଓଡ଼ିଶା ରାଜ୍ୟ ପ୍ରତିନିଧି ମଣ୍ଡଳଗଣଙ୍କ ଦ୍ବାରା ଆୟୋଜିତ ‘ଓଡ଼ିଶାରେ କପଡ଼ା ଓ ପୋଷାକ’ ବୈଠକ ମନ୍ତ୍ରୀ କ୍ୟାପଟେନ ମିଶ୍ର ଉଦଘାଟନ କରିଥିଲେ । ରାଜ୍ୟର ଏକ ସକ୍ରିୟ ସ୍ଥିତି, ପାରଦର୍ଶୀ ଶାସନ ବ୍ୟବସ୍ଥା, ଶିଳ୍ପ ଅନୁକୂଳ ବାତାବରଣ ରହିଲେ ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶାରେ କମ ପୁଞ୍ଜି ବିନିଯୋଗ କରି ବାଣିଜ୍ୟ ବ୍ୟାପାର କରିବା ସହଜସାଧ୍ୟ ।

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସକରାତ୍ମକ ବାତାବରଣ ରହିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପୂର୍ଣ୍ଣ ମାତ୍ରାରେ ରହିଥିବା ଉଲ୍ଲେଖ କରି ପୁଞ୍ଜି ନିବେଶକାରୀଙ୍କୁ ମନ୍ତ୍ରୀ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ। ଓଡ଼ିଶାରେ କପଡ଼ା ଓ ପୋଷାକ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ବିନିଯୋଗ ହୋଇ କିପରି ଶିଳ୍ପ କ୍ଷେତ୍ରରେ ବିକାଶ ହୋଇପାରିବ ସେନେଇ ଶିଳ୍ପୋଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପ୍ରତିନିଧିମଣ୍ଡଳ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଅଟୋ, ପରିଧାନ, ଧାତୁ, ପ୍ଲାଷ୍ଟିକ ଓ ପେଟ୍ରୋ ରସାୟନ, ଏୟାର ସ୍ପେସ ଓ ସୁରକ୍ଷା ଆଦି ସହିତ ବିଭିନ୍ନ କ୍ଷେତ୍ରରେ ୨୦ଟି କମ୍ପାନୀ ସହିତ ରାଜ୍ୟ ପ୍ରତିନିଧୀମଣ୍ଡଳଙ୍କ ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା । ବ୍ୟାପାର ବାଣିଜ୍ୟ ପାଇଁ ରାଜ୍ୟରେ ରହିଥିବା ସୁବିଧାଗୁଡ଼ିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମତ ବିନିମୟ କରିଥିଲେ ।

କମ୍ପାନୀମାନଙ୍କ ସକାଶେ ରାଜ୍ୟରେ ପ୍ରଦାନ କରାଯାଉଥିବା ନୀତିଗତ ଢାଞ୍ଚା ଓ ଅବସର ତଥ୍ୟଗୁଡ଼ିକ ପ୍ରତିନିଧିମଣ୍ଡଳ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖ ଠାରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ-୨୦୨୦ ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥିତ ଶିଳ୍ପପତିମାନଙ୍କୁ ଅବଗତ କରାଯାଇଥିଲା। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂହ, ଇପିକଲ ପରିଚାଳନା ନିର୍ଦ୍ଦେଶକ ନୀତିନ ଜାୱାଲେ ପ୍ରତିନିଧିମଣ୍ଡଳ ଭାବେ ଯୋଗଦାନ କରିଥିଲେ ।

ଏହି ବୈଠକରେ ୨୫ରୁ ଉର୍ଦ୍ଧ୍ବ କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଆଦିତ୍ୟ ବିର୍ଲା ଫ୍ୟାଶନ, ସାହି ଏକ୍ସପୋର୍ଟ ଓ ପେଜ ଇଣ୍ଡଷ୍ଟ୍ରୀ ପ୍ରତିନିଧିଗଣ ଓଡିଶାରେ ପୁଞ୍ଜି ନିବେଶ ଦିଗରେ ନିଜର ଅନୁଭୂତି ଓ ଆଭିମୁଖ୍ୟ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଗତ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ
ଆଣିଛନ୍ତି । କପଡ଼ା ଓ ପୋଷାକ ଶିଳ୍ପ ନିମନ୍ତେ ବହୁ ସଂଖ୍ୟାରେ ଗୁଣବତ୍ତାସମ୍ପନ୍ନ କୁଶଳୀ ଦକ୍ଷ ମାନବସମ୍ବଳ କାର୍ଯ୍ୟାବଳ
ଓଡ଼ିଶାରେ ଉପଲବ୍ଧ ବୋଲି ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର
ମତବ୍ୟକ୍ତ କରିଛନ୍ତି ।
ବେଙ୍ଗାଲୁରସ୍ଥିତ ତାଜ େୱଷ୍ଟ ଏଣ୍ଡଠାରେ ଓଡ଼ିଶା ରାଜ୍ୟ ପ୍ରତିନିଧି ମଣ୍ଡଳଗଣଙ୍କ ଦ୍ୱାରା ଆୟୋଜିତ “ଓଡ଼ିଶାରେ
କପଡ଼ା ଓ ପୋଷାକ’’ ବୈଠକ ମନ୍ତ୍ରୀ ଶ୍ରୀ କ୍ୟାପଟେନ ମିଶ୍ର ଉଦ୍‌ଘାଟନ କରିଥିଲେ । ରାଜ୍ୟର ଏକ ସକି୍ରୟ ସ୍ଥିତି,
ପାରଦର୍ଶୀ ଶାସନ ବ୍ୟବସ୍ଥା, ଶିଳ୍ପ ଅନୁକୂଳ ବାତାବରଣ ରହିଲେ ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାରେ କମ୍‌ ପୁଞ୍ଜି
ବିନିଯୋଗ କରି ବାଣିଜ୍ୟ ବ୍ୟାପାର କରିବା ସହଜସାଧ୍ୟ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସକରାତ୍ମକ ବାତାବରଣ
ରହିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପୂର୍ଣ୍ଣମାତ୍ରାରେ ରହିଥିବା ଉଲ୍ଲେଖ କରି ପୁଞ୍ଜି
ନିବେଶକାରୀଙ୍କୁ ମନ୍ତ୍ରୀ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ । ଓଡ଼ିଶାରେ କପଡ଼ା ଓ ପୋଷାକ କ୍ଷେତ୍ରରେ ରହିଥିବା
ସୁବିଧା ସୁଯୋଗର ବିନିଯୋଗ ହୋଇ କିପରି ଶିଳ୍ପ କ୍ଷେତ୍ରରେ ବିକାଶ ହୋଇପାରିବ ସେଥିନେଇ ଶିଳ୍ପୋଦ୍ୟୋଗୀମାନଙ୍କ
ଦୃଷ୍ଟି ଆକର୍ଷଣ କରିଥିଲେ ।
ପ୍ରତିନିଧିମଣ୍ଡଳ ଓଡ଼ିଶାରେ ଖାଦ୍ୟ ପ୍ରକି୍ରୟାକରଣ, ଅଟୋ, ପରିଧାନ, ଧାତୁ, ପ୍ଲାଷ୍ଟିକ୍‌ ଓ ପେଟ୍ରୋ ରସାୟନ,
ଏୟାର ସ୍ପେସ୍‌ ଓ ସୁରକ୍ଷା ଆଦି ସହିତ ବିଭିନ୍ନ କ୍ଷେତ୍ରରେ ୨୦ ଗୋଟି କମ୍ପାନୀ ସହିତ ରାଜ୍ୟ ପ୍ରତିନିଧିମଣ୍ଡଳଙ୍କ ପ୍ରତ୍ୟକ୍ଷ
ଆଲୋଚନା ହୋଇଥିଲା । ବ୍ୟାପାର ବାଣିଜ୍ୟ ନିମନ୍ତେ ରାଜ୍ୟରେ ରହିଥିବା ସୁବିଧାଗୁଡ଼ିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ
କରି ମତ ବିନିମୟ କରିଥିଲେ । କମ୍ପାନୀମାନଙ୍କ ସକାଶେ ରାଜ୍ୟରେ ପ୍ରଦାନ କରାଯାଉଥିବା ନୀତିଗତ ଢାଞ୍ଚା ଓ ଅବସର
ତଥ୍ୟଗୁଡ଼ିକ ପ୍ରତିନିଧିମଣ୍ଡଳ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖଠାରୁ ଡିସେମ୍ବର ୪ ପର୍ଯ୍ୟନ୍ତ
ଅନୁଷ୍ଠିତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ-୨୦୨୦ ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥିତ ଶିଳ୍ପପତିମାନଙ୍କୁ
ଅବଗତ କରାଯାଇଥିଲା । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ପ୍ରମୁଖ
ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ କମିଶନର ତଥା
ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ଇପିକଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀତିନ୍‌ ଜାୱାଲେ ପ୍ରତିନିଧିମଣ୍ଡଳ ଭାବେ
ଯୋଗଦାନ କରିଥିଲେ ।
ଏହି ବୈଠକରେ ୨୫ରୁ ଉଦ୍ଧ୍ୱର୍ କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଆଦିତ୍ୟ ବିର୍ଲା ଫେଶନ, ସାହି ଏକ୍ସପୋର୍ଟ ଓ
ପେଜ୍‌ ଇଣ୍ଡଷ୍ଟ୍ରୀ ପ୍ରତିନିଧିଗଣ ଓଡ଼ିଶାରେ ପୁଞ୍ଜି ନିବେଶ ଦିଗରେ ନିଜର ଅନୁଭୂତି ଓ ଆଭିମୁଖ୍ୟ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ
ଉପସ୍ଥାପନ କରିଥିଲେ ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.