ETV Bharat / city

ଓଡ଼ିଶାରେ ଶିଶୁଙ୍କ କୁପୋଷଣ ହାର ୩୧%

ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ AIPH ୟୁନିଭର୍ସିଟିରେ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 17, 2022, 9:29 PM IST

ଓଡ଼ିଶାରେ ୩୧% ଶିଶୁଙ୍କ କୁପୋଷଣ ହାର, ସ୍ଥାୟୀ ସମାଧାନ ପାଇଁ AIPH ୟୁନିଭର୍ସିଟିରେ କର୍ମଶାଳା

ଭୁବନେଶ୍ବର: ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ AIPH ୟୁନିଭର୍ସିଟିରେ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ଷ୍ଟଣ୍ଟି ଆଣ୍ଡ ଗଟ ଡିସଫଙ୍କସନ ବା ବୟସ ଅନୁପାତରେ ଶିଶୁଙ୍କ ଉଚ୍ଚତା ବୃଦ୍ଧି ନହେବା ଏବଂ ପାଚନ ପକ୍ରିୟା ଜନିତ ସମସ୍ୟା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ହୋଇଛି ଆଲୋଚନା ।ଭାରତରେ ଶିଶୁଙ୍କ କୁପୋଷଣ ହାର ୩୫ ପ୍ରତିଶତ ରହିଥିବାବେଳେ, ଓଡ଼ିଶାରେ ଏହା ୩୧ ପ୍ରତିଶତ ରହିଥିବା ଜଣାପଡ଼ିଛି ।

ଭାରତ ଏବଂ ଓଡି଼ଶାରେ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଜନିତ ସମସ୍ୟା ଏବଂ ପୁଷ୍ଟିହୀନତାର ସ୍ଥିତି, ସମାଜର ଅର୍ଥନୀତି ଉପରେ ଶିଶୁର ଶାରିରୀକ ବିକାଶଜନିତ ସମସ୍ୟାର ପ୍ରଭାବ, ଶିଶୁ ଜୀବନରେ ପ୍ରଥମ ୧ ହଜାର ଦିନ, ପାକସ୍ଥଳୀ ଜନିତ ସଂକ୍ରମଣ ଏବଂ ନବଜାତ ଶିଶୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରମଣ ହେଉଛି ଗୁରୁତ୍ବପୂର୍ଣ୍ଣ ବିଷୟ । ଏଥିପାଇଁ ଆବଶ୍ୟକ ଗବେଷଣାର ରୂପରେଖ ପ୍ରସ୍ତୁତ କରିବା ସହ ଏହି ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-5ର ରିପୋର୍ଟ ଅନୁଯାୟୀ ଭାରତର ଚାଇଲ୍ଡହୁଡ ଷ୍ଟଣ୍ଟି ରେଟ ୩୫ ପ୍ରତିଶତ ରହିଥିବାବେଳେ, ଓଡିଶାରେ ଏହା ୩୧ ପ୍ରତିଶତ ରହିଛି । ବିଭିନ୍ନ ପୋଷଣ କାର୍ଯ୍ୟକ୍ରମ ସହ ସ୍ବଚ୍ଛତା ସ୍ବାସ୍ଥ୍ୟ ରକ୍ଷା ଦିଗରେ ମାଆ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କାରଣରୁ ଏ କ୍ଷେତ୍ରରେ କିଛିଟା ସଫଳତା ମିଳିପାରିଛି । ତେଣୁ ଏ କ୍ଷେତ୍ରରେ ବିଜ୍ଞାନସମ୍ମତ ପଦ୍ଧତିରେ ଗବେଷଣା କରି ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ AIPH ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆମେରିକାର ଜର୍ଜ ଟାଉନ ବିଶ୍ବବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡାକ୍ତର ଷ୍ଟିଭେନ ଶିଙ୍ଗର, RMRC ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ସମେତ ଅନେକ ପ୍ରଫେସର ଏବଂ ଗବେଷକମାନେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.