ଭୁବନେଶ୍ବର: ମେ ମାସ ଘାତକ ଥିଲା। ଏବେ ସଂକ୍ରମଣର ଟ୍ରେଣ୍ଡ କମୁଛି । ମେ' ମାସ ପରି ଜୁନରେ ହେବନି । ଲକଡାଉନର ପ୍ରଭାବ 4 ସପ୍ତାହ ପରେ ଦେଖିବାକୁ ମିଳେ । ଏବେ ଜଣାପଡୁଛି 3 ଜିଲ୍ଲାରେ କଟକଣା ମାତ୍ର 2 ଘଣ୍ଟା କୋହଳ କରାଯାଇଛି । ସଂକ୍ରମଣ ବଢିଲେ ଲକଡାଉନ ବଢ଼ିପାରେ ।
କରୋନାର ସଂକ୍ରମଣରେ ସାରା ରାଜ୍ୟ କରୋନା ସହ ଲଢ଼ୁଥିବାବେଳେ ମେ' ମାସ ପାଲଟିଥିଲା ଘାତକ । କିନ୍ତୁ ମେ' ମାସ ଅପେକ୍ଷା ଜୁନ ମାସରେ ଏଭଳି ସ୍ଥିତି ଆସିବ ନାହିଁ । ରାଜ୍ୟରେ କରୋନା ସଂକ୍ରମଣ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ମେ' ମାସ ଅପେକ୍ଷା ଜୁନ ମାସରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମିବ । ଲକଡାଉନର ପ୍ରଭାବ 4 ସପ୍ତାହ ମଧ୍ୟରେ ଜଣାପଡିବ ।
ଅନ୍ୟପଟେ ନିରୋଜ ମିଶ୍ର କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବଢିବାରେ କାରଣ ଏହା 2 ସପ୍ତାହ ପୂର୍ବର କେସ । ସେହି ସମୟରେ କେସର ଲୋଡ଼ ଅଧିକ ଥିଲା । ଆଜିର ଦିନକୁ ଦେଖିଲେ ଜୁନ 15 ଆଡକୁ ମୃତ୍ୟୁ ସଂଖ୍ୟା କମିଯିବ । ବିଶେଷଜ୍ଞଙ୍କୁ ନେଇ ରାଜ୍ୟ ସରକାର ଏକ ପ୍ୟାନେଲ ବୈଠକ କରିଥିବାରୁ ଏହା ବିଶେଷ ଭାବରେ ଫଳପ୍ରଦ ହେବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ