ETV Bharat / city

ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ବିଶେଷଜ୍ଞ - corona infection in the state under control

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରିତ ସ୍ଥିତିରେ ରହିଛି । ରାଜ୍ୟରେ ସଂକ୍ରମଣ ଦୈନିକ ପାଖାପାଖି 3 ହଜାର ନିକଟତର ରହୁଛି । କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jun 24, 2021, 8:36 PM IST

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରିତ ଅବସ୍ଥାରେ ରହିଛି । ଖୋର୍ଦ୍ଧା, କଟକ, ବାଲେଶ୍ୱର, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ସଂକ୍ରମଣ ଅଧିକ ରହୁଛି । ପଶ୍ଚିମ ଓଡିଶାରେ ପ୍ରଥମେ ସଂକ୍ରମଣ ଆରମ୍ଭ ହୋଇଥିବାରୁ ସେଠାରେ ଏବେ ସଂକ୍ରମଣ କମିଛି । ପୂର୍ବ-ଉତ୍ତର ଓଡ଼ିଶାରେ ସଂକ୍ରମଣ ବିଳମ୍ବରେ ଆରମ୍ଭ ହୋଇଥିଲା ସେଥିପାଇଁ ସଂକ୍ରମଣର ସଂଖ୍ୟା ଅଧିକ ରହିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରୋଜ ମିଶ୍ର କହିଛନ୍ତି ଯେ, ଦୁଇଟି ରଣନୀତିକୁ ନେଇ ଆମେ କାମ କରୁଛୁ । ଗୋଟିଏ ହେଲା ପ୍ରଶାସନିକ ସ୍ତରରେ ଲକଡାଉନ ଓ ସଟଡାଉନ ଏବଂ ଦ୍ୱିତୀୟଟି ସର୍ଭେଲାନ୍ସ । ଗତ 24 ଘଣ୍ଟା ମଧ୍ୟରେ 69 ହଜାର ଟେଷ୍ଟ କରାଯାଇଛି । କିନ୍ତୁ, ବର୍ତ୍ତମାନ ସଂକ୍ରମଣ ହାର ନିମ୍ନଗାମୀ ରହିଛି । ଖୁବଶୀଘ୍ର ଆହୁରି କମିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ସଂକ୍ରମଣ ଏକ ନର୍ମାଲ ସ୍ଥିତିରେ ରହିଛି । ଲୋକମାନେ ନିୟମ ମାନୁନାହାଁନ୍ତି । ଯେଉଁଥିପାଇଁ ସଂକ୍ରମଣର ଲୋଡ଼ କମୁନାହିଁ । ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ଚାଲୁଛି । ମନ ଇଛା ବାହାରେ ଅମାନିଆ ବୁଲୁଛନ୍ତି । ଯେଉଁଭଳି ସଂକ୍ରମଣ କେସ ରହିଛି, ଲାଗୁନି ଆଗକୁ 1 ତାରିଖରୁ ଅନଲକ ପକ୍ରିୟା କୋହଳ କରାଯିବ ବୋଲି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଦୈନିକ ପାଖାପାଖି 3 ହଜାରରୁ ଊର୍ଦ୍ଧ୍ବ ସଂକ୍ରମଣ ଚିହ୍ନଟ ହେଉଥିବାବେଳେ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ ଆଦି ଜିଲ୍ଲାରେ ଏକ ହଜାର ଉପରେ ଏବେବି ଆକ୍ଟିଭ କେସ ରହୁଛି । ତେଣୁ ସଂକ୍ରମଣ କମାଇବାକୁ ହେଲେ କୋଭିଡର ନିୟମ ମାନିବାକୁ ପଡିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.