ETV Bharat / city

ଓଡ଼ିଶା ସରକାରଙ୍କ ଇନଡୋର ଷ୍ଟାଡିୟମ ନିଷ୍ପତ୍ତିରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଗଦଗଦ୍ - ଓଡ଼ିଶା ସରକାରଙ୍କୁ ପ୍ରଶଂସା

କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠାକୁ ପ୍ରଶଂସା କଲେ ଶିଳ୍ପପତି ଆନନ୍ଦ ମହେନ୍ଦ୍ରା । ଅଧିକ ପଢନ୍ତୁ...

ଓଡ଼ିଶା ସରକାରଙ୍କ ପ୍ରଶଂସାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଗଦଗଦ

author img

By

Published : Aug 11, 2021, 6:10 PM IST

ଭୁବନେଶ୍ବର: କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର 89ଟି ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି । ଷ୍ଟାଡିୟମ ପ୍ରତିଷ୍ଠା ଦ୍ୱାରା କ୍ରୀଡା ଓ କ୍ରୀଡାବିତକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟକୁ କ୍ରୀଡାର ସୁପର ପାୱାର କରିବା ସରକାରଙ୍କ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶ ସାରା ପ୍ରଶଂସା କରାଯାଉଛି । ଏହି ପ୍ରଶଂସକ ଲିଷ୍ଟରେ ସାମିଲ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଉଦାହରଣୀୟ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

ଓଡ଼ିଶା ସରକାରଙ୍କ ପ୍ରଶଂସାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଗଦଗଦ
ଓଡ଼ିଶା ସରକାରଙ୍କ ପ୍ରଶଂସାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଗଦଗଦ

ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ, ଭିତ୍ତିଭୂମିରେ ନିବେଶ ଉତ୍ପାଦକ ସମ୍ପତ୍ତି ସୃଷ୍ଟି କରିଥାଏ । ଏହାର ଅର୍ଥନୈତିକ ଗତିବିଧି ଉପରେ ବହୁମୁଖୀ ପ୍ରଭାବ ପଡିଥାଏ । ଭିତ୍ତିଭୂମି ଯାହା ବହୁମୁଖୀ ହୋଇଥାଏ ତାହା ପ୍ରାକୃତିକ ତଥା ମେଡିକାଲ ସଙ୍କଟ କାଳରେ ବ୍ୟବହାରଯୋଗ୍ୟ । ଏହା ଏକ ଚମତ୍କାର ପଦକ୍ଷେପ ବୋଲି ସେ କହିଛନ୍ତି । ଅନ୍ୟ ରାଜ୍ୟ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରିବାକୁ ସେ ଆହ୍ୱାନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୬୯୩ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଷ୍ଟାଡିୟମ ଗୁଡିକ ପ୍ରାକୃତିକ ଓ ମେଡିକାଲ ସଙ୍କଟ କାଳରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ କାର୍ଯ୍ୟ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.