ETV Bharat / city

ଇସ୍ପାତ କ୍ଷେତ୍ରରେ ଆଗକୁ ବଢୁଛି ଇଣ୍ଡୋ-ଜାପାନ ଦ୍ବିପାକ୍ଷିକ ସମ୍ପର୍କ - ଭୁବନେଶ୍ବରରେ ଇସ୍ପାତ କର୍ମଶାଳା

ଉନ୍ନତ ଅର୍ଥନୀତି ନେଇ ଇସ୍ପାତର ବହୁଳ ବ୍ୟବହାରକୁ ଅଗ୍ରାଧିକାର ଦେଇ ଭୁବନେଶ୍ୱରରେ ଇଣ୍ଡୋ ଜାପାନ ଟିମର ଇସ୍ପାତ କର୍ମଶାଳା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

workshop on enebling procedures of steel
ଇସ୍ପାତ କ୍ଷେତ୍ରରେ ଆଗକୁ ବଢୁଛି ଇଣ୍ଡୋ-ଜାପାନ ଦ୍ବିପାକ୍ଷିକ ସମ୍ପର୍କ
author img

By

Published : Feb 28, 2020, 3:13 PM IST

Updated : Feb 28, 2020, 8:06 PM IST

ଭୁବନେଶ୍ବର: ରାଜଧାନୀରେ ଇଣ୍ଡୋ-ଜାପାନ ଟିମ୍‌ର ଇସ୍ପାତ କର୍ମଶାଳା । ଇସ୍ପାତ ବହୁଳ ବ୍ୟବହାର ନେଇ ଭୁବନେଶ୍ବରରେ ଇଣ୍ଡୋ ଜାପାନ କର୍ମଶାଳା ଅନୁଷ୍ଠିତ ହୋଇଛି ।

ଇସ୍ପାତ କ୍ଷେତ୍ରରେ ଆଗକୁ ବଢୁଛି ଇଣ୍ଡୋ-ଜାପାନ ଦ୍ବିପାକ୍ଷିକ ସମ୍ପର୍କ

ସମଗ୍ର ଦେଶରେ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଓଡିଶା ନଂ ୧ ରାଜ୍ୟ । ଦେଶର ୮୦ ପ୍ରତିଶତ ଖଣି ଉତ୍ତର ପୂର୍ବାଞ୍ଚଳରେ ମହଜୁଦ ରହିଛି । ତେବେ ୨୭ ମେଟ୍ରିକ ଟନ ଇସ୍ପାତ ବାର୍ଷିକ ଓଡ଼ିଶାରେ ହିଁ ଉତ୍ପାଦନ ହେଉଛି । ୨୦୩୦ ସୁଦ୍ଧା ଓଡିଶା ୧୦୦ ମିଲିୟନ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ ଲକ୍ଷ ରଖିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସମଗ୍ର ଦେଶରେ ଷ୍ଟିଲ କ୍ଷେତ୍ରରେ ଓଡିଶା ଆଗକୁ ଏକ ହବ ହେବାକୁ ଯାଉଛି । ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଯେଉଁଠି ୧/୩ ଷ୍ଟିଲ ଉତ୍ପାଦନ ହେଉଛି । ତେବେ ଆଗାମୀ ଦିନରେ ଓଡ଼ିଶାରେ ଜାପାନ ବୈଷୟିକ ପ୍ରଣାଳୀ ବ୍ୟବହାର କରି ଗୁଣାତ୍ମକ ମାନର ଷ୍ଟିଲ ଉତ୍ପାଦନ ହେବ । ଷ୍ଟିଲର ଉତ୍ତମ ବ୍ୟବହାର ବଢିଲେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ, ଓଡିଶା ଷ୍ଟିଲ ବିଭାଗ ର ପ୍ରମୂଖ ଶାସନ ସଚିବ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ଅଧିକାରୀ ଷ୍ଟିଲର ବହୁଳ ଓ ଉନ୍ନତ ମାନର ବ୍ୟବହାର ଉପରେ ଆଲୋଚନା କରିଥିଲେ।

ଏହି କର୍ମଶାଳାରେ ଜାପାନ ରାଷ୍ଟ୍ରଦୂତ ସାତୋଷି ସୁଜୁକିଙ୍କ ସମେତ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 28, 2020, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.