ETV Bharat / city

ଆଗାମୀ 24 ଘଣ୍ଟାରେ ହାଡଭଙ୍ଗା ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା - bbsr metrological dept

ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତଳକୁ ଖସିବ, ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ
ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ
author img

By

Published : Dec 24, 2020, 8:19 PM IST

ଭୁବନେଶ୍ବର: ଆହୁରି ହାଡଭଙ୍ଗା ଶୀତରେ ଥରିବ ଓଡିଶା । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଖସିବ । ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଥିବାରୁ ଆସନ୍ତା ୨୪ ଘଣ୍ଟା ଶୁକ୍ରବାର ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ ରହିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଓ କଟକରେ ହାଲକା କୁହୁଡି ଦେଖାଯିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ରାତ୍ରି ତାପମାତ୍ରା ୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୧୧ ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୋଳ ଠାରେ ୬ ଡିଗ୍ରୀ, ଦାରିଙ୍ଗିବାଡିରେ ୮ ଡିଗ୍ରୀ ,ଭବାନୀପାଟଣାରେ ୮.୨ ଡିଗ୍ରୀ, କୋରାପୁଟରେ ୬ ଡିଗ୍ରୀ, ଝାରସୁଗୁଡାରେ ୮.୮ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.