ETV Bharat / city

Panchayat Polls: ଏକାଧିକ ଜିଲ୍ଲାରେ କଂଗ୍ରେସ ପ୍ରଥମ ସ୍ଥାନ ଅଧିକାର କରିବ କହିଲେ ପଞ୍ଚାନନ - କଂଗ୍ରେସ ଏକାଧିକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ରାଜନୈତିକ ଦଳ ମାନେ ନିଜ ନିଜ ରଣନୀତି ଓ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଅଧିକ ପଢନ୍ତୁ

PanchayatPolls
PanchayatPolls
author img

By

Published : Jan 18, 2022, 9:38 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ରାଜନୈତିକ ଦଳ ମାନେ ନିଜ ନିଜ ରଣନୀତି ଓ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଦାବି କରିଛି ରାଜ୍ୟ କଂଗ୍ରେସ ।

ଏକାଧିକ ଜିଲ୍ଲାରେ କଂଗ୍ରେସ ପ୍ରଥମ ସ୍ଥାନ ଅଧିକାର କରିବ: ପଞ୍ଚାନନ କାନୁନଗୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ସୀମାବର୍ତ୍ତୀ ଜିଲ୍ଲାର ଲୋକେ ଛତିଶଗଡ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଛନ୍ତି । ସେଠି ଧାନ କ୍ବିଣ୍ଟାଲ ପିଛା 25 ଶହରେ ସରକାର କିଣୁଛନ୍ତି । ହେଲେ ଏଠି ଭୋଟ ପାଇଁ ସରକାର ଲାଞ୍ଚ ଦେଉଛନ୍ତି । କେନ୍ଦ୍ରରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଅଛି । ରାଜ୍ୟରେ ମଧ୍ୟ ଉଭୟ ଦଳ ମଧ୍ୟରେ ବୁଝାମଣା ରହିଛି ।

କଂଗ୍ରେସ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତି ସହ ଲଢେଇ କରିବ । ଆମେ ଏକାଧିକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବୁ ବୋଲି କହିଛନ୍ତି ପଞ୍ଚାନନ । ପଞ୍ଚାନନଙ୍କ ଏହି ଦାବି କେତେ ସଫଳ ହେଉଛି ତାହା ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.