ETV Bharat / city

Weather Update: ଗଭୀର ଅବପାତ ନେଇ IMD ଡିଜିଙ୍କ ପ୍ରତିକ୍ରିୟା - ପାଣିପାଗ ଅପଡେଟ

ରାଜ୍ୟବାସୀଙ୍କୁ ବନ୍ୟା ବେହାଲ କରିଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ (Low Pressure ) । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଶୁଣନ୍ତୁ କଣ କହୁଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅଧିକ ପଢନ୍ତୁ

Weather Update: ଲଘୁଚାପକୁ ନେଇ IMD ଡିଜିଙ୍କ ପ୍ରତିକ୍ରିୟା

author img

By

Published : Aug 19, 2022, 5:57 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପ୍ରଭାବରେ ବେହାଲ ଥିବା ଅନେକ ତଳିଆ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ (Low Pressure ) । ବଙ୍ଗୋପସାଗରର ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ଗଭୀର ଅବପାତର ରୂପ ନେଇ ଉପକୂଳ ଅତିକ୍ରମ କରିବ । ବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ନାହିଁ । ଏହା ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra ) ।

Weather Update: ଲଘୁଚାପକୁ ନେଇ IMD ଡିଜିଙ୍କ ପ୍ରତିକ୍ରିୟା

ବାତ୍ୟା ସମ୍ପର୍କରେ ମହାପାତ୍ର କହିଛନ୍ତି, " ବାତ୍ୟା ହେବ ବୋଲି କହିନାହୁଁ । ଏହା ଗଭୀର ଅବପାତ ରୂପ ନେଇ ଉପକୂଳକୁ ଅତିକ୍ରମ କରିବ । ବର୍ତ୍ତମାନ ଗଭୀର ଅବପାତଟି ଉପକୂଳ ନିକଟରେ ରହିଛି । ଦୀଘା ପାଖରୁ ୧୪୦ କିମି ଓ ବାଲେଶ୍ବରଠୁ ୨୦୦ କିମି ଦୂରରେ କେନ୍ଦ୍ରଭୂତ ରହିଛି । ଏହା ସ୍ଥଳଭାଗ ସହ ଇଣ୍ଟରଆକ୍ସନ କରୁଛି । ଏହା ଉପକୂଳକୁ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ । ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ବାଲେଶ୍ବର ଏବଂ ସାଗର ଦ୍ବୀପକୁ ଅତିକ୍ରମ କରିବ ।"

ଏହା ବି ପଢନ୍ତୁ- ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମାଞ୍ଚଳ ଦେଇ କ୍ରମଶଃ ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦିଗରେ ଗତି କରି ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ୪ ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.