ETV Bharat / city

ରାଜଧାନୀରେ ଟ୍ରେଣ୍ଡ କରୁଛି ଚୋରି ମୋବାଇଲ ବିକ୍ରି, ଅଭିଯୁକ୍ତ ଗିରଫ - ଭୁବନେଶ୍ବର ଲାଟେଷ୍ଟ ଅପରାଧ ଖବର

ରାଜଧାନୀରେ ବ୍ୟାପିବାରେ ଲାଗିଛି ମୋବାଇଲ ଚୋରି ରାକେଟର ଜାଲ । ହେଲେ ଏହି ରାକେଟରେ ମୋବାଇଲ ବିକ୍ରି ବେଳେ ଶୁକ୍ରବାର ଧରା ପଡିଛି ରାକେଟର କିଙ୍ଗପିନ । ଅଧିକ ପଢନ୍ତୁ...

illegal theft mobile sale, theft mobile sale in bhubaneswar, bhubaneswar latest crime news, ଭୁବନେଶ୍ବରରେ ଚୋରି ମୋବାଇଲ ବିକ୍ରି, ଭୁବନେଶ୍ବର ଲାଟେଷ୍ଟ ଅପରାଧ ଖବର, ଚୋରି ମୋବାଇଲ ବିକ୍ରି
ରାଜଧାନୀରେ ଟ୍ରେଣ୍ଡ କରୁଛି ଚୋରି ମୋବାଇଲ ବିକ୍ରି
author img

By

Published : Dec 13, 2019, 11:43 PM IST

Updated : Dec 13, 2019, 11:49 PM IST

ଭୁବନେଶ୍ବର: ରାଜଧାନୀରେ ବ୍ୟାପିବାରେ ଲାଗିଛି ମୋବାଇଲ ଚୋରି ରାକେଟର ଜାଲ । ହେଲେ ଏହି ରାକେଟରେ ମୋବାଇଲ ବିକ୍ରି ବେଳେ ଶୁକ୍ରବାର ଧରା ପଡିଛି ରାକେଟର କିଙ୍ଗପିନ । ବରମୁଣ୍ଡାରେ ଏମିତି ଏକ ଡିଲ ସମୟରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଉଛି ପୁରୀ ଟାଉନ ନୂଆପାଟଣା ସାହିର ଦୀପକ ମହାନ୍ତି ।

illegal theft mobile sale, theft mobile sale in bhubaneswar, bhubaneswar latest crime news, ଭୁବନେଶ୍ବରରେ ଚୋରି ମୋବାଇଲ ବିକ୍ରି, ଭୁବନେଶ୍ବର ଲାଟେଷ୍ଟ ଅପରାଧ ଖବର, ଚୋରି ମୋବାଇଲ ବିକ୍ରି
ରାଜଧାନୀରେ ଟ୍ରେଣ୍ଡ କରୁଛି ଚୋରି ମୋବାଇଲ ବିକ୍ରି

ସୂଚନା ଅନୁଯାୟୀ ଯୋଜନାବଦ୍ଧ ଭାବେ ଏହି ମୋବାଇଲ ରାକେଟର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଖଣ୍ଡଗିରି ଥାନା ପୋଲିସ ଚେଷ୍ଟା କରିଥିଲା । ହେଲେ ଜଣଙ୍କୁ ଗିରଫ କରିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଗିରଫ ଅଭିଯୁକ୍ତ ପାଖରୁ 5ଟି ମୋବାଇଲ ଜବତ କରିବା ସହ ରାକେଟରେ ବ୍ୟବହୃତ ଏକ ଚୋରା ମୋବାଇଲ ଗୋଦାମର ସୁରାକ ପାଇଛି ପୋଲିସ ।

ଏହି ଗୋଦାମରେ ଏକ ସ୍ବତନ୍ତ୍ର ଟେକନିକରେ ବଜାରକୁ ମୋବାଇଲ ଛଡାଯାଉଥିବା ଜଣା ପଡିଛି । ଯେଉଁଥିରେ ସହରରେ ମାତ୍ର 1000 ଟଙ୍କାରେ ଲୋକେ ଆଇଫୋନଠାରୁ ଆରମ୍ଭ କରି ବିଭିନ୍ନ ଦାମୀ କମ୍ପାନୀର ମୋବାଇଲ ଫୋନ କିଣିପାରୁଛନ୍ତି । ଯାହାକୁ କେତେକ ଲୋକେ ଅନୈତିକ ଓ ଅସାଧୁ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିବା ଜଣା ପଡିଛି । ଫଳରେ ଲାଭ ପାଉଛନ୍ତି ମୋବାଇଲ ଚୋର ।

ତେଣେ କମ ଦାମରେ ଫୋନ ପାଇ ଯୁବବର୍ଗ ମଧ୍ୟ ଖୁସ । ଫଳରେ ମୋବାଇଲ ଚୋରି ହେଲେ ମିସିଂ ରିପୋର୍ଟ ଦେଇ ଚୁପ ବସିଯାଉଛନ୍ତି ଲୋକେ । ସେପଟେ କିଛି ହାତ ଟେକି ବସିଯାଉଛନ୍ତି ପୋଲିସ ବାବୁ । ହେଲେ ଏସବୁ ପଛରେ ଥିବା ବଡ ଧରଣର ଚୋରି ରାକେଟର ଟେର ବି ପାଉନି କୁଇକ ଆକ୍ସନ ଟିମ୍‌ ଓ ସ୍ପେଶାଲ ସ୍କ୍ବାର୍ଡ । ତେବେ ଏହି ନୂଆ ଟ୍ରେଣ୍ଡରେ ବ୍ୟବହୃତ ରାକେଟର ସୁରାକ ଖଣ୍ଡଗିରି ପୋଲିସ ହାତରେ ଲାଗିଥିବା ବେଳେ ଖୁବଶୀଘ୍ର ଏହାର ପର୍ଦ୍ଦାଫାସ ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଛାଇଗଲାଣି ଚୋରି ମୋବାଇଲ,
ବିକ୍ରି ବେଳେ ଧରାପଡିଲା ରାକେଟର କିଙ୍ଗପିନ
Body:
ରାଜଧାନୀରେ ଛାଇଗଲାଣି ଚୋରା ମୋବାଇଲ ବିକ୍ରି।ଚୋରି ମୋବାଇଲ ଡିଲ ବେଳେ ଧରାପଡିଲା କିଙ୍ଗପିନ।ବରମୁଣ୍ଡା ରେ ଏମିତି ଡିଲ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ।ଅଭିଯୁକ୍ତ ନା ଦିପକ ମହାନ୍ତି ଘର ପୁରି ଟାଉନ ନୁଆପାଟଣା ସାହି ପୁରି ବୋଲି ଜଣାପଡିଛି।ତେବେ ତା ଠାରୁ ୫ଟି ଦାମି ମୋବାଇଲ ଜବତ ହୋଇଥିବା ବେଳେ ଅନ୍ଯମାନେ ଖସିପଳାଇଛନ୍ତି।ତେବେ ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ଚୋରା ମୋବାଇଲର ରାକେଟ।କେମିତି ଭୁବନେଶ୍ବରରେ ଅପରେଟ ହେଉଛି ଓ ଏହାର ମାଷ୍ଟରମାଇଣ୍ଡ କେମିତି ଚଳାଉଛି । ଏନେଇ ଖଣ୍ଡଗିରି ପୋଲିସ ଏହି ଚୋରାମୋବାଇଲର ଗୋଡାଉନର ସୁରାକ ପାଇଛି ।ଯେଉଁଠି ଏସବୁକୁ ଏକ ସ୍ବତନ୍ତ୍ର ଟେକନିକରେ ବଜାରକୁ ଛଡାଯାଉଛି।ତେବେ ସହରରେ ୧୦୦୦ ଟଙ୍କାରେ ମିଳିଯାଉଛି ଦାମି ମୋବାଇଲ ଫୋନ।ଆଇଫୋନଠୁ ଆରମ୍ଭ କରି ନାମି ଦାମି କମ୍ପାନିର ଚୋରା ମୋବାଇଲର ବଜାର ପାଲଟିଛି ରାଜଧାନି।ଅସାଧୁ ଓ ଅନୈତିକ କାର୍ଯରେ ବ୍ଯବହାର ପାଇଁ ମୋବାଇଲ କିଣୁଛନ୍ତି ଖଳ ବ୍ଯକ୍ତି। ଏଥି ସହ କମ ଦାମରେ ମୋବାଇଲ କିଣିବାକୁ ମଧ୍ଯ ଯୁବବର୍ଗଙ୍କ ପସନ୍ଦ।କାରଣ ଦିନକୁ ଦିନ ରାଜଧାନୀରେ ମୋବାଇଲ ଚୋରି ବଢୁଥିଲେ ମଧ୍ଯ ଥାନାରେ ରିପୋର୍ଟ ଦେଲେ ଚୋରି ରିପୋର୍ଟ ନକରି ମିସିଂ ରିପୋର୍ଟ କରୁଛନ୍ତି। ଯାହାକୁ ନେଇ ମୋବାଇଲ ଚୋରିର ତଦନ୍ତ ହେଉନି କି ଅଭିଯୁକ୍ତ ଧରାପଡୁନି।ଯାହାର ଫାଇଦା ମାରୁଛନ୍ତି ଚୋରି କରୁଥିବା ଚୋର।ଏଥିପାଇଁ ରହିଛି ସ୍ବତନ୍ତ୍ର ବଜାର।ଯେଉଁଠି ଚୋରି ମୋବାଇଲ ପହଂଚୁଛି ସେମାନଙ୍କ ପାଖରେ ।ପରେ ସେସବୁ ଏଜେଣ୍ଟ ଜରିଆରେ ସହରର ପ୍ରତି ଗଳି କନ୍ଦିରେ ବିକ୍ରି କରୁଛନ୍ତି ଚୋରା ମୋବାଇଲ।ଯାହାକୁ ଟ୍ରାକ କରିବା ବା ଧରିବା ପୋଲିସକୁ କଷ୍ଟକର ।ଏଭଳି ମୋବାଇଲ ବ୍ଯବହାର କରି ଅନେକ ଅପରାଧି ଅପରାଧ କରି ଚମ୍ପଟ ମାରୁଛନ୍ତି।କହିବାକୁ ଗଲେ ଯେମିତି ଚୋରି ମୋବାଇଲ ବିକ୍ରି ହେଉଛି ସେମିତି ଅପରାଧ ମଧ୍ଯ ବୃଦ୍ଧିପାଉଛି।ହଲେ ଏସବୁର ଟେର ପାଉନି ନା କୁଇକ ଆକ୍ସନ ଟିମ ନା ସ୍ପେଶାଲ ସ୍କ୍ବାଡ।ତେବେ ଏହି ନୁଆ ଟ୍ରଣ୍ଡର ଚୋରି ମୋବାଇଲ ରାକେଟର ସୁରାକ ଖଣ୍ଡଗିରି ପୋଲିସ ହାତରେ ଲାଗିଥିବା ବେଳେ ଖୁବଶିଘ୍ର ଏହି ରାକେଟର ଫର୍ଧାଫାସ ହେବ ବୋଲି ସୁଚନା ମିଳିଛି।

Conclusion:
Last Updated : Dec 13, 2019, 11:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.