ETV Bharat / city

ମହଙ୍ଗା ପଡିଲା ପୁଅ ପ୍ରେମ, IFS ଅଭୟ ପାଠକଙ୍କ ଖୋଲିଲା ଗୁମର - vigilance raid

ଖୋଲୁଛି IFS ଅଭୟ ପାଠକଙ୍କ କୁବେର ଭଣ୍ଡାର ଗୁମର । କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ପୁଅର ପ୍ରେମ
ମହଙ୍ଗା ପଡିଲା ପୁଅର ପ୍ରେମ
author img

By

Published : Nov 26, 2020, 10:19 PM IST

Updated : Nov 26, 2020, 10:39 PM IST

ଭୁବନେଶ୍ବର: ସହକାରୀ ପିସିସିଏଫ ଅଭୟ ପାଠକଙ୍କ ସମ୍ପତ୍ତି ତାଲିକାର ଖୁଲାସା । ପୁଅ ନାଁରେ 9 କୋଟି 40 ଲକ୍ଷର ଡିପୋଜିଟ । ସର୍ଚ୍ଚ ବେଳେ ବିଭିନ୍ନ ସ୍ଥାନରୁ 60 ଲକ୍ଷ କ୍ୟାସ ଜବତ । 800ଗ୍ରାମର ସୁନା ସହ 23 ଲକ୍ଷର ସୁନା ବନ୍ଧକର କାଗଜ ମଧ୍ୟ ଜବତ କରାଯାଇଛି ।

IFS ଅଭୟ ପାଠକ

ସେପଟେ ଭଡାରେ ତିନୋଟି ମର୍ସଡିଜ ସହ ଗୋଟିଏ ବିଏମଡବ୍ଲୁ, ଗୋଟିଏ ଟାଟା ହାରିଅର କାର ସହ ତିନୋଟି ଦାମୀ ବାଇକ ଚଳାଉଥିଲେ ଏମାନେ । ଯାହାର ଭଡା 25 ଲକ୍ଷ ଦେଇଥିବା ସୂଚନା ମିଳିଛି । ସେହିପରି ଏକ କୋଟି ଭଡା ଦେଇ ମୁମ୍ବାଇରେ ବିଳାସପୂର୍ଣ୍ଣ ଫ୍ଲାଟରେ ମଧ୍ୟ ରହୁଥିଲେ । ତାଜ ମହଲ ପ୍ୟାଲେସ ହୋଟେଲରେ 90 ଲକ୍ଷ ବିଲ ଦେଇ ଅୟସ କରୁଥିଲେ ବାପ-ପୁଅ ।

ପୁଅ ବାହାଘର ପାଇ ଉଦୟପୁର ରାଜସ୍ଥାନରେ 20 ଲକ୍ଷ ଦେଇ ପ୍ୟାଲେସ ବୁକ କରିଥିଲେ । ଏପରିକି 3 କୋଟି ଟଙ୍କା ଖର୍ଚ୍ଚରେ ଚାଟାର୍ଡ ଫ୍ଲାଇଟର ୟୁକେ, ମାଲଦୀପ, ହଂକଂ, ମାଲେସିଆ, ଆରବ ଏମିରେଟ ସହ ଦେଶ ଭିତରେ ବିଭିନ୍ନ ମୁମ୍ବାଇ, ଗୋଆ ଭଳି ସ୍ଥାନକୁ ବୁଲିଥିଲେ । ତେବେ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ 25 ତାରିଖରେ ଓଡ଼ିଶାର 5ଟି ସ୍ଥାନରେ ଓ ରାଜ୍ୟ ବାହାରେ 7ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ ।

ଯେଉଁଥିରେ ରହିଥିଲା ନିଜ ଆଚାର୍ଯ୍ୟ ବିହାରସ୍ଥିତ ସରକାରୀ ବାସଭବନ, ଅରନ୍ୟ ଭବନ ଅଫିସ,ଏକ ବିବେକାନନ୍ଦ ମାର୍ଗରେ ଥିବା ଫ୍ଲାଟ, ଭିପୂଲ ଗାର୍ଡେନ ସ୍ଥିତ ସମ୍ପର୍କୀୟ ଘର, ଡ୍ରାଇଭର ଘର ପିପିଲି ସମେତ ମହାରାଷ୍ଟ୍ର ପୁନେରେ ହିଲଷ୍ଟେସନ ଭଡାଘର ସହ ଓ୍ବାଟର ଆପାର୍ଟମେଣ୍ଟ, ଗଡ ବ୍ଲେସିଂ ଆପାର୍ଟମେଣ୍ଟ ଭଳି 7ଟି ସ୍ଥାନ । ଯାହାକି ଥିଲା ଓଡିଶା ଇତିହାସର ପ୍ରଥମ ବଡ ଧରଣର ଭିଜିଲାନସ ରେଡ଼ ।

ଅନ୍ୟପଟେ ପୁଅ ଆକାଶ ପାଠକ ଟାଟାର ଏମଡି କହି ଲୋକଙ୍କୁ ଠକୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 26, 2020, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.