ETV Bharat / city

ଓଡ଼ିଶାକୁ ପଡୋଶୀ ରାଜ୍ୟ ଭୟ: ସତର୍କ ନହେଲେ ପୁଣି ଫେରିବ ଲକଡାଉନ

author img

By

Published : Feb 21, 2021, 5:45 PM IST

Updated : Feb 21, 2021, 6:25 PM IST

ପଡୋଶୀ ରାଜ୍ୟରେ କୋଭିଡର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ରାଜ୍ୟବାସୀ ସତର୍କ ନହେଲେ ଲକଡାଉନ ରାଜ୍ୟକୁ ପୁଣି ଫେରିପାରେ ବୋଲି ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ଓଡ଼ିଶାକୁ ପଡୋଶୀ ରାଜ୍ୟ ଭୟ: ସତର୍କ ନହେଲେ ପୁଣି ଫେରିବ ଲକଡାଉନ
ଓଡ଼ିଶାକୁ ପଡୋଶୀ ରାଜ୍ୟ ଭୟ: ସତର୍କ ନହେଲେ ପୁଣି ଫେରିବ ଲକଡାଉନ

ଭୁବନେଶ୍ବର: ଦେଶର କିଛି ରାଜ୍ୟରେ ପୁଣି ଲକଡାଉନ ଜାରି ହୋଇଥିବା ବେଳେ ଓଡ଼ିଶାକୁ ପଡୋଶୀ ରାଜ୍ୟ ଭୟ ପଶିଛି । ରାଜ୍ୟବାସୀ ପଡୋଶୀ ରାଷ୍ଟ୍ରକୁ ଗମନାଗମନ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ନଚେତ ରାଜ୍ୟରେ ପୁଣି ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର ମତ ପ୍ରକାଶ କରିଛନ୍ତି ।

ରାଜ୍ୟକୁ ଲକଡାଉନ ନ ଫେରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି । ଏପଟେ ଓଡ଼ିଶାର ପଡୋଶୀ ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ପାଇଁ ବିପଦ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ଲୋକ ପାଖ ପଡୋଶୀ ରାଜ୍ୟକୁ ଯିବା ଆସିବା କରିଥାନ୍ତି । ଯାହା ସଂକ୍ରମଣର ଭୟକୁ ଅଧିକ ବଢ଼ାଇ ଦେଇଛି । ଏପଟେ ରାଜ୍ୟବାସୀ ଅଧିକରୁ ଅଧିକ ସଚେତନ ରହିବା ପାଇଁ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଲୋକମାନେ କୋଭିଡ ନିୟମକୁ ଭୁଲି ଯାଇଛନ୍ତି । ଲୋକମାନେ ମାସ୍କ ନ ପିନ୍ଧିବା ସହିତ ସାମାଜିକ ଦୂରତା ମଧ୍ୟ ବଜାୟ ରଖୁନଥିବା ଦେଖିବାକୁ ମିଳିଛି । ଦେଶରେ ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମୁମ୍ବାଇକୁ ବିମାନ ଚଳାଚଳ ଜାରି ରହିଥିବାରୁ ରାଜ୍ୟ ପ୍ରତି ମଧ୍ୟ ବଡ ବିପଦ ରହିଛି । ତେବେ ରାଜ୍ୟରେ ଲକଡାଉନ ପରିସ୍ଥିତିକୁ ଏଡାଇବା ପାଇଁ ଲୋକମାନେ କୋଭିଡ ନିୟମକୁ ମାନି ସତର୍କ ରହିବାକୁ ଅଶୋକ କହିଛନ୍ତି ।

ସେପଟେ ଲୋକମାନେ ଅମାନିଆ ହେଲେ ବିପଦ ଆସିବ ବୋଲି ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି । ତେବେ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଗାଇଡ଼ ଲାଇନକୁ ମାନି ରହିଲେ ଅନେକ ଲୋକ କୋଭିଡ ସଂକ୍ରମଣରୁ ବଞ୍ଚିବା ସହିତ ଲକଡ଼ାଉନ ଭଳି ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 21, 2021, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.