ETV Bharat / city

ସସପେଣ୍ଡ ହେଲେ IAS ବିଜୟ କେତନ ଉପାଧ୍ୟାୟ - IAS officer arrested

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ରାଜ୍ୟ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କରିଛନ୍ତି ସସପେଣ୍ଡ।

IAS officer arrested
ଭିଜିଲାନ୍ସ ଜାଲରେ IAS
author img

By

Published : Dec 30, 2019, 3:20 PM IST

Updated : Dec 30, 2019, 10:34 PM IST

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଇଏଏସ ଅଫିସର। ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରିଛନ୍ତି।

ସ୍ୱଚ୍ଛତା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହା ସହିତ ସାଲିସ କରାଯିବ ନାହିଁ। ଦୁର୍ନୀତିରେ ଲିପ୍ତ ଥିବା କୌଣସି ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି।

ଭିଜିଲାନ୍ସ ଜାଲରେ IAS

2009 ବ୍ୟାଚର ଏହି ଅଫିସର ଉଦ୍ୟାନ ବିଭାଗର ନିର୍ଦେଶକ ଥିଲେ। ବିଲ କରାଇ ଦେବାକୁ କହି ବିଜୟ ଉପାଧ୍ୟାୟ ଟଙ୍କା ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ବର ସମେତ ତାଙ୍କର ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଚାଲିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭିଜିଲାନ୍ସ ଜାଲରେ IAS । ହର୍ଟିକଲଚର ନିର୍ଦେଶକ ବିନୟ କେତନ ଉପାଧ୍ୟାୟ ପଡିଛନ୍ତି ଜାଲରେ। ବିଲ କରାଇ ଦେବାକୁ କହି ସେ ଟଙ୍କା ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। 2009 ବ୍ୟାଚର ଏହି ଆଇଏଏସ ବିଲ ପାସ ପାଇଁ1 ଲକ୍ଷ ଟଙ୍କାର ଲାଞ୍ଚ ନେଉଥିଲେ। Body:କConclusion:
Last Updated : Dec 30, 2019, 10:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.