ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଶତାଧିକ କଂଗ୍ରେସ କର୍ମୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ହୋଇଛି । ଖୋର୍ଦ୍ଧା ଜିଲ୍ଲା ପରଜଙ୍ଗ ବ୍ଲକର କଂଗ୍ରେସ ପୂର୍ବତନ ବିଧାନସଭା ପ୍ରାର୍ଥୀ ଯସଶ୍ବୀନି ରାଉତ, ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ନୂଆ ସଦସ୍ୟଙ୍କୁ ସାଧୁବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦଳପାଇଁ ଗୁରୁତ୍ବ ରଖିବେ ତେଣୁ ଏମାନଙ୍କୁ ସ୍ବାଗତ କରାଯାଇଥିବା ଦଳ କହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ