ETV Bharat / city

ସବୁ +୨ କଲେଜରେ ଲାଗିବ CCTV, ଉଚ୍ଚ ମାଧ୍ୟମିକ ପରିଷଦର କଡା ନିର୍ଦ୍ଦେଶ - ଶିକ୍ଷା ପରିଷଦର କଡ଼ା ଚିଠି

ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡା ଚିଠି | ୧୦ ତାରିଖ ସୁଦ୍ଧା CCTV ଲଗାଯାଇ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଅଧିକ ଖବର ପଢନ୍ତୁ...

cctv
ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡ଼ା ଚିଠି
author img

By

Published : Jan 3, 2020, 2:32 PM IST

Updated : Jan 3, 2020, 5:32 PM IST

ଭୁବନେଶ୍ବର: କେବଳ ସିସିଟିଭି କ୍ୟାମେରା ଲାଗିଥିବା ସେଣ୍ଟରରେ ହେବ +୨ ପରୀକ୍ଷା । ଏଥିପାଇଁ ସମସ୍ତ ଯୁକ୍ତ ଦୁଇ କଲେଜଙ୍କୁ ଉଚ୍ଚ ମାଧ୍ୟମିକ ପରିଷଦ କଡା ତାଗିଦ କରିବା ସହ ଚିଠି ଜାରି କରିଛି । ଯେଉଁଥିରେ ଆସନ୍ତା 10 ତାରିଖ ସୁଦ୍ଧା ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି ଲଗାଯାଇଥିବା ନେଇ ରିପୋର୍ଟ ଦେବାକୁ କୁହାଯାଇଛି ।

ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡ଼ା ଚିଠି
ଏହାସହ ଇଣ୍ଟରନେଟ୍ ଓ ପାୱାର ବ୍ୟାକ୍ଅପ୍ ସୁବିଧା ନେଇ ମଧ୍ୟ ରିପୋର୍ଟ ମାଗିଛି ଉଚ୍ଚ ମାଧ୍ୟମିକ ପରିଷଦ ।
cctv installation

ଯେଉଁ ଜୁନିଅର କଲେଜ ସିସିଟିଭି ଲଗାଇବା ନିୟମରେ ଖିଲାପ କରେ, ସେହି କଲେଜକୁ +୨ ପରୀକ୍ଷା କେନ୍ଦ୍ର ପାଇଁ ବିବେଚିତ କରାଯିବ ନାହିଁ । ତେବେ କେବଳ +୨ ପରୀକ୍ଷା ନୁହେଁ ସେଲଫ୍ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ CCTV ହଲ୍‌ରେ କରାଯିବ । ଆଉ ଏହି ପୂରା ପରୀକ୍ଷାକୁ ରେକର୍ଡିଂ କରି ରଖିବାକୁ ସବୁ ପରୀକ୍ଷା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କୌଣସି ଅଭିଯୋଗ ଆସେ ସେନେଇ କଲେଜକୁ ସିସିଟିଭି ଫୁଟେଜ ମଗାଯିବ ଏବଂ ଏଥିରେ ସତ୍ୟତା ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଗୁଡିକର ଶ୍ରେଣୀ କକ୍ଷ ଭିତରେ ଓ ବାହାରେ ପାଖରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡ଼ା ଚିଠି | ୧୦ ତାରିଖ ସୁଦ୍ଧା CCTV ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦେଶ | ଇଣ୍ଟରନେଟ୍ ଓ ପାୱାର ବ୍ୟାକ୍ଅପ୍ ସୁବିଧା ନେଇ ମଧ୍ୟ ରିପୋର୍ଟ ତଲବ Body:ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡ଼ା ଚିଠି | ୧୦ ତାରିଖ ସୁଦ୍ଧା CCTV ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦେଶ | ଇଣ୍ଟରନେଟ୍ ଓ ପାୱାର ବ୍ୟାକ୍ଅପ୍ ସୁବିଧା ନେଇ ମଧ୍ୟ ରିପୋର୍ଟ ତଲବ Conclusion:
Last Updated : Jan 3, 2020, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.