ETV Bharat / city

ହୃଷୀକେଶ ମଲ୍ଲିକ ପାଇବେ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର

author img

By

Published : Dec 31, 2021, 7:46 PM IST

୨୦୨୧ ବର୍ଷ ଲାଗି ଘୋଷଣା ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାର । ହୃଷୀକେଶ ମଲ୍ଲିକ ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ହୃଷୀକେଶ ମଲ୍ଲିକ ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ୨୦୨୧ ବର୍ଷ ଲାଗି ଘୋଷଣା ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାର । ସୂଚନା ଅନୁସାରେ, ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ କବି ହୃଷୀକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ କବିତା ପୁସ୍ତକ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।

  • ୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ବିଶିଷ୍ଟ କବି ହୃଷିକେଶ ମଲ୍ଲିକ, ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ଦେବବ୍ରତ ଦାସ ଏବଂ ଦିଗରାଜ ବ୍ରହ୍ମାଙ୍କୁ ମାନ୍ୟବର ରାଜ୍ୟପାଳ ତାଙ୍କର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଦୀର୍ଘ ସୃଜନ ଯାତ୍ରା କାମନା କରିଛନ୍ତି l

    — Governor Odisha (@GovernorOdisha) December 30, 2021 " class="align-text-top noRightClick twitterSection" data=" ">

‘ଜେଜେ ଦେଖି ନ ଥିବା ଭାରତ’ କବିତା ପୁସ୍ତକ ପାଇଁ ତାଙ୍କୁ ସମ୍ମାନଜନକ ସାରଳା ପୁରସ୍କାର ମିଳିଥିଲା । ତାଙ୍କ ରଚିତ ୪୦ରୁ ଊର୍ଦ୍ଧ୍ବ ପୁସ୍ତକ ମଧ୍ୟରୁ ୧୨ଟି ହେଉଛି କବିତା, ୨ଟି କ୍ଷୁଦ୍ରଗଳ୍ପ ଏବଂ ଅନ୍ୟୂନ ୧୦ଟି ପୁସ୍ତକ ସାହିତ୍ୟ ସମାଲୋଚନା ଉପରେ ଆଧାରିତ । ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ହୃଷୀକେଶ ମଲ୍ଲିକ କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଝଙ୍କାର ବିଷୁବ ପୁରସ୍କାର, ସଚ୍ଚି ରାଉତରାୟ କବିତା ପୁରସ୍କାର ଓ ଧରିତ୍ରୀ କବିତା ପୁରସ୍କାର ଭଳି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।ତାଙ୍କର ଅନେକ କବିତା ହିନ୍ଦୀ, ଇଂରାଜୀ ଭାଷାରେ ଅନୁବାଦିତ ହୋଇଛି ।

ସେହିପରି, ପିଲାଙ୍କ ସାହିତ୍ୟ ରଚନା କ୍ଷେତ୍ରରେ ଦିଆଯାଉଥିବା ‘ବାଲ୍‌ ସାହିତ୍ୟ ପୁରସ୍କାର’ ଚଳିତ ବର୍ଷ ପାଇବେ ଦିଗରାଜ ବ୍ରହ୍ମା । ‘ଗୀତ କହେ ମିତର କଥା’ ଶୀର୍ଷକ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୧୯୪୯ ମସିହା ଏପ୍ରିଲ୍‌ ୧୩ ତାରିଖରେ କଟକ ଜିଲ୍ଲାର ଛତିଆ ଅନ୍ତର୍ଗତ ରୁଦ୍ରପୁରରେ ଜନ୍ମିତ ଦିଗରାଜ ବ୍ରହ୍ମା ଦୀର୍ଘ ଦିନ ଧରି ଶିଶୁ-ସାହିତ୍ୟ ରଚନା କରି ଆସୁଛନ୍ତି ।

ପିଲାମାନଙ୍କ ପାଇଁ ଗଳ୍ପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ ଏବଂ ଜୀବନୀ ଭଳି ସେ ପ୍ରାୟ ୧୦ଟି ପୁସ୍ତକର ରଚୟିତା । ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ‘ସାର୍‌ ଜନ୍‌ଙ୍କ ପ୍ରିୟ ସାଥୀ’ ନାମକ ଗଳ୍ପର ଲେଖକ ଭାବେ ସେ ସୁପରିଚିତ । କଲେଜ ସ୍ତରରେ ମଧ୍ୟ ତାଙ୍କର ଅନେକ ଲେଖା ପାଠ୍ୟ ପୁସ୍ତ‌କରେ ପଢା ଯାଉଛି । ପିଲାମାନଙ୍କ ପାଇଁ ରେଡିଓ ଏବଂ ଟେଲିଭିଜନ୍‌ରେ ସେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ସମ୍ପାଦନା କରିଛନ୍ତି ।

ଶିକ୍ଷାରେ ସ୍ନାତକୋତ୍ତର ଏବଂ ‘ଶିଶୁ ସାହିତ୍ୟର ଶିକ୍ଷାଗତ ପ୍ରୟୋଗ’ରେ ପିଏଚ୍‌ଡି କରିଥିବା ଦିଗରାଜ ବ୍ରହ୍ମା ଭୁବନେଶ୍ବର ସ୍ଥିତ ରାଜ୍ୟ ଶିକ୍ଷା ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟରେ ଉପନିର୍ଦେଶକ ଥିଲେ । ଏହାଛଡ଼ା, ସେ କୋରାପୁଟ ସ୍ଥିତ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ । ଏହାଛଡ଼ା,‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.