ଭୁବନେଶ୍ବର: ହୋଲିରେ ଅଘଟଣ। ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିବା ବେଳେ ଜୀବନ ନେଲା କେନାଲ। ମଦପିଇ ଗାଧୋଇବା ବେଳେ ନିକଟସ୍ଥ କେନାଲରେ ବୁଡି ମହିଳା ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।
ତେବେ ଉକ୍ତ ମହିଳାଙ୍କ ମୃତ ଦେହକୁ ପ୍ରଦିପ ସେବା ଟ୍ରଷ୍ଟ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇ ହସ୍ପିଟାଲକୁ ନେଇଛନ୍ତି। ମହିଳା ଜଣକ ତାଳଚେର କଣିଆ ବ୍ଲକ ନାଲମ ଗ୍ରାମର ରୀନା ଗୋଚ୍ଛାୟତ ବୋଲି ଜଣାପଡିଛି।
ସେ ରଙ୍ଗବଜାର ଛକରେ ଥିବା ଏକ ଆପାଟମେଣ୍ଟ ରେ ୬ରୁ 7 ଦିନ ହେବ ଶ୍ରମିକ ଭାବେ କାମ କରୁଥିଲେ। ହୋଲି ଥିବାରୁ ସେ ମଦ୍ୟପାନ କରିଥିଲେ । ଶେଷରେ ନିକଟରେ ଥିବା କେନାଲକୁ ଗାଧୋଇବାକୁ ଯାଇ ସେଠାରେ ବୁଡିଯାଇଥିଲେ । ପରେ ଦମକଳବାହିନୀ ବହୁ ସମୟ ଖୋଜା ଖୋଜି କରି ମୃତ ଦେହ ଉଦ୍ଧାର କରିଥିଲା । ଏନେଇ କମିସନରେଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ