ଭୁବନେଶ୍ବର: ଚଳିତ ବର୍ଷ କୋରୋନା କଟକଣାରେ ଫିକା ପଡିବ ହୋଲିର ରଙ୍ଗ । ହୋଲି ପାଇଁ ରଙ୍ଗ ବ୍ୟବସାୟକୁ ଅନୁମତି ମିଳିଥିଲେ ବି ଦୋକାନକୁ ଆସୁନାହାଁନ୍ତି ଗରାଖ । ଫଳରେ ବେପାରା ମାନ୍ଦା ନେଇ ଚିନ୍ତାରେ ରାଜଧାନୀ ରଙ୍ଗ ବ୍ୟବସାୟୀ ।
ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଠି ରଙ୍ଗ ଖେଳ ସାଙ୍ଗକୁ ଦୋଳ ମେଳଣ ଉପରେ ସରକାର କଟକଣା ଲଗାଇଛନ୍ତି । ଏସଆରସିଙ୍କ ଦ୍ଵାରା ଜାରି ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଖେଳିବାକୁ ବାରଣ କରାଯାଇଛି । ଲୋକମାନଙ୍କୁ ଘରେ ରହି ପରିବାରବର୍ଗଙ୍କ ସହ ହୋଲି ପାଳିବାକୁ କୁହାଯାଇଛି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀର ରଙ୍ଗ ବ୍ୟବସାୟରେ ପ୍ରତିଫଳିତ ହୋଇଛି । ଗାଇଡଲାଇନରେ ରଙ୍ଗ ବ୍ୟବସାୟକୁ ଅନୁମତି ମିଳିଥିଲେ ସୁଦ୍ଧା ବ୍ୟବସାୟ ପୁରା ମାନ୍ଦା ରହିଥିବା ବ୍ୟବସାୟୀମାନେ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ