ETV Bharat / city

ବଢିବ ବର୍ଷା: 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jul 24, 2020, 8:39 PM IST

ରାଜ୍ୟର ୧୧ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ ଦେଇଛି । ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଢିବ ବର୍ଷା: 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବଢିବ ବର୍ଷା: 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୫ ଜୁଲାଇ ଶନିବାର କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦ୍ରାପଡା, ଭଦ୍ରକ, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ୧୧ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ ଦେଇଛି । ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଢିବ ବର୍ଷା: 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବଢିବ ବର୍ଷା: 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମୌସୁମୀ ଟ୍ରଫ ରାଜସ୍ଥାନରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଝାଡଖଣ୍ଡ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ,ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ କମିବ।

ସେହିପରି ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ସମ୍ବଲପୁର ଜିଲ୍ଲା ରାଇରାଖୋଲରେ ସର୍ବାଧିକ ୧୫୫.୦ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡା ରେ ୬୪.୪ମିମି,ସମ୍ବଲପୁର ଜିଲ୍ଲା ବାମରାରେ ୬୪.୦ମିମି,ମୟୁରଭଞ୍ଜ ଜିଲ୍ଲା ବାଲିମୁଣ୍ଡଳୀରେ ୫୪.୪ ମିମି,ଦେବଗଡ଼ ଜିଲ୍ଲା ବରକୋଟ ରେ ୪୭.୦ମିମି ବର୍ଷା ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡି ରେ ସର୍ବାଧିକ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଜୁନ ୧ ତାରିଖରୁ ଜୁଲାଇ ୧୨୪ ପର୍ଯ୍ୟନ୍ତ ମୋଟ ଋତୁକାଳୀନ ବର୍ଷା ୪୫୩.୫ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ଠାରୁ ୫ ପ୍ରତିଶତ କମ ବର୍ଷା ହୋଇଛି। ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୨ ଜିଲ୍ଲାରେ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡା ଓ ନୂଆପଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଉପକୂଳର ପୁରୀ,ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ୱର ଯାଜପୁର ,ଜଗତସିଂହପୁର ଓ ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର ଜିଲ୍ଲାରେ କମ ବର୍ଷା ହୋଇଛି। ପୁରୀରେ ସବୁଠୁ କମ ବର୍ଷା ହୋଇଛି।

ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବିକୁଳି,ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.