ETV Bharat / city

ପ୍ରବଳ ବର୍ଷାରେ ବେହାଲ ରାଜ୍ୟ; 7 ଟି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି - କେନ୍ଦ୍ରାପଡାରେ ସ୍କୁଲ ଛୁଟି

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର 7ଟି ଜିଲ୍ଲା ତଥା କଟକ , ବ୍ରହ୍ମପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା , ଗଜପତି ଓ ପୁରୀର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାର ଜିଲ୍ଲାପାଳ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 24, 2019, 10:08 AM IST

Updated : Oct 24, 2019, 12:27 PM IST

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ 7ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ପ୍ରବଳ ବର୍ଷାରେ କଟକ ସହର ବେହାଲ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ତଳିଆ ଅଞ୍ଚଳ କଥା ନ କହିବା ଭଲ। ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ବିଶେଷକରି ରୋଭରଷ୍ଟ୍ରିଟ, ସୂତାହାଟ, କାଜିବଜାର, କାଳିଗଳି, ପଟାପୋଲ ଆଦି ଅଞ୍ଚଳ ଜଳମଗ୍ନ ଅବସ୍ଥାରେ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି।ଘର ଆଗରେ ପାଣି ଜମି ରହିବାରୁ ଘରୁ ବାହାରି ପାରୁନାହାଁନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ସହର ମଧ୍ୟରେ ଜଳ ନିଷ୍କାସନ କରିବା ପାଇଁ ସିଏମସି ପକ୍ଷରୁ ୧୭୬ ଟି ପମ୍ପ ବ୍ୟବହାର କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଯାହା ପ୍ରଭାବରେ ବୁଧବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ସ୍ଥାନରେ ପାଣି ଜମା ରହିବା ଫଳରେ ଯାତାୟାତର ସମସ୍ୟା ହେଉଛି । ଢେଙ୍କାନାଳରେ ବି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଏହି ଘୋଷଣା କରିଛନ୍ତି । ମାତ୍ର ସ୍କୁଲ ବନ୍ଦ ରହିବା ସତ୍ତ୍ବେ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଗତ ଦୁଇ ଦିନ ଧରି ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ପାଣି ଜମିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ ଆଜି ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ଏନେଇ ସମସ୍ତ ଇଲୋକ୍ଟ୍ରୋନିକ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ନେଇ ବୈଠକ ହୋଇଥିବାବେଳେ ବିଭିନ୍ନ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ଭଦ୍ରକରେ ବି ଲାଗି ରହିଛି ଲଗାଣ ବର୍ଷା। ଯାହା ଫଳରେ ଜିଲ୍ଲାର ଜିଲ୍ଲାପାଳ ଜ୍ଞାନ ଦାଶ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡାରେ ବି ଲଗାଣା ବର୍ଷା ଯୋଗୁଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ବେଳେ ପୁରୀରେ ବି ପ୍ରବଳ ବର୍ଷା ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ପୁରୀରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅବସ୍ଥା ଭୋଗିଛନ୍ତି । ତେବେ ଜଳବନ୍ଦୀ ଅବସ୍ଥା ଯେଭଳି ପୁରୀ ସହରରେ ନ ହୁଏ ସେ ନେଇ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକା ।

ସେପଟେ ଗଜପତି ଜିଲ୍ଲାରେ ବି ମୁଷଳ ଧାରାରେ ବର୍ଷା ହେଉଥିବାରୁ ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଥିବା ବେଳେ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 11.4 ଏମଏମ ବର୍ଷା ରେକର୍ଡ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ବୁଧବାର ମଧ୍ୟରାତ୍ରିରୁ ବର୍ଷାର ପରିମାଣ ବଢିବା ସହ ଲଗାତାର ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆହୁରି 2ଦିନ ଧରି ବର୍ଷା ଲାଗି ରହିବ । ତେବେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର 7ଟି ଯାକ ବ୍ଲକର ବିଡ଼ିଓ ମାନଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି।

ସୂଚନା ଯୋଗ୍ୟ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଏବଂ ତାମିଲନାଡୁ ଉତ୍ତର ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ତେବେ ଆଜି ଓ କାଲି ବର୍ଷା ଲାଗି ରହିବ ବୋଲି ସୂଚନା ରହିଛି ।

Intro:ଲଘୁଚାପ ଜନିତ ବର୍ଷାରେ ବେହାଲ କଟକ ସହର।ସହରର ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ।ତଳିଆ ଅଞ୍ଚଳ କଥା ନ କହିବା ଭଲ।ବିଶେଷକରି ରୋଭରଷ୍ଟ୍ରିଟ,ସୁତାହାଟ, କାଜିବଜାର, କାଳିଗଳି,ପଟାପୋଲ ଆଦି ଅଞ୍ଚଳ ଜଳମଗ୍ନ ଅବସ୍ଥାରେ।ରାସ୍ଥା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି।ଘର ଆଗରେ ପାଣି ଜମି ରହିବାରୁ ଘରୁ ବାହାରି ପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା।ଏପରିକି ସ୍କୁଲ ପିଲା ମାନେ ମଧ୍ୟ ସ୍କୁଲ ଯାଇନପାରୁ ନାହାଁନ୍ତି।ଅନ୍ୟପଟେ ସହର ମଧ୍ୟରେ ଜଳ ନିଷ୍କାସନ କରିବା ପାଇଁ ସିଏମସି ପକ୍ଷରୁ ୧୭୬ ଟି ପମ୍ପ ବ୍ୟବହାର କରାଯାଇଛି।

Body:no need

Conclusion:no need
Last Updated : Oct 24, 2019, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.