ଭୁବନେଶ୍ବର : ରାଜ୍ୟର ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ନିୟନ୍ତ୍ରଣାଧିନ ରହିଛି କୋରୋନା ସଂକ୍ରମଣ । କୋରୋନା ପାଇଁ କୌଣସି ଔଷଧ ବାହାରି ନାହିଁ । ସାଧାରଣ ଲୋକମାନେ ସଚେତନ ହେବା ସହ ମାସ୍କ ପିନ୍ଧିବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟିକାକରଣ ଜାରି ରହିଛି । ସେପଟେ, ଲକଡାଉନକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ମହାରାଷ୍ଟ୍ର ଭଳି ଓଡ଼ିଶାରେ ସ୍ଥିତି ସେଭଳି ନାହିଁ ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ