ETV Bharat / city

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ସଚେତନ ରହିବାକୁ ପରାମର୍ଶ

author img

By

Published : Jul 3, 2022, 5:15 PM IST

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଏବେଠୁ ସାବଧାନ ହେଲେ ସଂକ୍ରମଣ ରେଟକୁ ବହୁତ ମାତ୍ରାରେ କମାଇ ହେବ । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ସଚେତନ ରହିବାକୁ ପରାମର୍ଶ
ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ସଚେତନ ରହିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କୋରୋନା ଗ୍ରାଫ୍ । ଏବେଠୁ ସାବଧାନ ହେଲେ ସଂକ୍ରମଣ ରେଟକୁ ବହୁତ ମାତ୍ରାରେ କମାଇ ହେବ। ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ପ୍ରଶାସନ ବିଶେଷ ଧ୍ୟାନ ଦେବା ଦରକାର ।

ଏହାସହ ଯେଉଁମାନେ ନିୟମ ପାଳନ ନ କରିବେ, ସେମାନଙ୍କ ଉପରେ କଠୋର ହେବାକୁ ପଡିବ । ବର୍ତ୍ତମାନ ସ୍ଥିତିରେ ଓଡିଶା ଚତୁର୍ଥ ଲହର ଆଡକୁ ଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ ।

ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ ଛୁଇଁବାର ସମ୍ଭାବନା ରହିଛି । ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା । ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ । ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି ବଢିଛି ।

ସଂକ୍ରମଣ ଅନ୍ୟ ରାଜ୍ୟରେ ଯେଉଁ ବଢିଥିଲା ତାହା ଏବେ କମିବା ଆରମ୍ଭ କରିଛି । ଇଣ୍ଡୋରରେ ଅଧିକ ଲୋକଙ୍କ ସମାଗମ ହେଲେ ମାସ୍କ ପିନ୍ଧିବା ଜରୁରୀ । ଭୁବନେଶ୍ବର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ସ୍ବାଗତ ଯୋଗ୍ୟ ।

ଏପଟେ କିନ୍ତୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,ରାଜ୍ୟରେ 10-15 ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । ରାଜ୍ୟରେ ରଥଯାତ୍ରା ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଯଦି କୌଣସି କଂଗ୍ରୀଗେଶନ ହୋଇଥିବ ତାହା 10-15 ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ରାଜ୍ୟରେ 10 ରୁ 15 ଦିନ ହେବ ବଢୁଛି ହେଲେ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ।

ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ବା୍ସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଆଉ ଗୋଟିଏ କାରଣ ହେଉଛି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି ।

ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ବତ ପ୍ରବୃତ ଟେଷ୍ଟ କରନ୍ତୁ । ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ । ଅଯଥା ଗହଳିକୁ କରନ୍ତୁ ନାହିଁ, ମାସ୍କ ସବୁବେଳେ ବ୍ୟବହାର କରନ୍ତୁ । ମାସ୍କ ବାଧ୍ୟତାମୂଳକ କିମ୍ବା ଏନ୍ଫୋରସମେଣ୍ଟ ଅଲଗା କଥା କିନ୍ତୁ ଲୋକ ନିଜେ ସଚେତନ ହେବା ଦରକାର ଓ ନିୟମ ପାଳନ କରିବା ଦରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.