ଭୁବନେଶ୍ବର: ନକଲି କୋରୋନା ଔଷଧ ଜବତ ପ୍ରସଙ୍ଗ । ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବେ । ଏହି ଔଷଧ କେଉଁଠୁ ଆସିଲା ଓ କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ ହେବ ।
ଗତକାଲି(ଶୁକ୍ରବାର) କନିକା ଛକରେ ଡ୍ରଗ ବିଭାଗ ପକ୍ଷରୁ ଚଢାଉ କରାଯାଇ ପାଖାପାଖି 69 ଲକ୍ଷ ଟଙ୍କାର ନକଲି କୋରୋନା ଔଷଧ ଜବତ କରିଯାଇଥିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ