ଭୁବନେଶ୍ବର: ସସପେନ୍ସ ଘେରରେ କଟାମୁଣ୍ଡ ମର୍ଡର କେସ୍ । ଅନ୍ଧାରୁଆରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାର ମିଳୁପାରୁନି ପରିଚୟ । ମୃତଦେହର ପରିଚୟ ଠାବ ପାଇଁ ପୋଲିସ ପୋଷ୍ଟର ଲଗାଇବା ସହ ପରିଚୟ ଦେବା ବାବଦକୁ ପୁରସ୍କାର ରାଶି ଘୋଷଣା କରିଛି । ମାତ୍ର 4 ଦିନ ପରେ ବି ହତ୍ୟାକାଣ୍ଡର ସୁରାକ ପାଉନି ପୋଲିସ ।
ତେବେ ପୋଷ୍ଟର ଏବଂ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ପରେବି କେହି କରୁନାହାଁନ୍ତି ମୃତଦେହର କ୍ଲେମ୍ । ଯାହାକୁ ନେଇ ପରିଚୟ ଖୋଜିବାରେ ପୋଲିସ ପୁରା ନାକେଦମ । ସାଇଣ୍ଟିଫିକ ଟିମ୍ ସହାୟତାରେ ମୃତଦେହ ପୋଷ୍ଟମର୍ଟମ ରିପୋର୍ଟର ଚାଲିଛି ତର୍ଜମା । ମହିଳାଙ୍କ ହାତରେ ଥିବା ଟାଟୁକୁ ନେଇ ସେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ହୋଇଥିବା ନେଇ ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ ବିଶେଷ କରି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଅନେକ ଦେହଜୀବୀ ଗତ ବର୍ଷ ଏସଟିଏଫ ରେଡ଼ ବେଳେ ଉଦ୍ଧାର ହୋଇଥିଲେ । ତେବେ ମୃତ ମହିଳା ଜଣକ ଦେହଜୀବୀ ଗ୍ୟାଙ୍ଗର ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ମାତ୍ର ଏନେଇ ପୋଲିସ ପାଖରେ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ ।
ମାମଲାରେ ପୋଲିସ କିଛି ଦେହ ଦଲାଲଙ୍କୁ ସନ୍ଦେହ ଘେରକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସେପଟେ କଟାମୁଣ୍ଡ ଚିହ୍ନଟ କଲେ ଅର୍ଥରାଶି ପୁରସ୍କାର ଘୋଷଣାକୁ ନେଇ ପୋଲିସ ପାଖକୁ ଅନେକ କଲ ଆସୁଥିଲେ ମଧ୍ୟ ଏଯାବତ ସଠିକ ଚିହ୍ନଟ ହୋଇପାରିନି । ଫଳରେ ପୋଲିସ ଦେହଜୀବୀ ଲିଙ୍କକୁ ନେଇ ଛାନଭିନ ଆରମ୍ଭ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ