ETV Bharat / city

ଏକାଠି ହେବ ବାଘ ଓ ହାତୀ ଗଣନା, ପ୍ରସ୍ତାବ ଦେଲା କେନ୍ଦ୍ର

author img

By

Published : Aug 27, 2021, 7:29 AM IST

Updated : Aug 27, 2021, 10:31 AM IST

୨୦୨୨ରୁ ଏକାଠି ବାଘ ଓ ହାତୀ ଗଣତି ହେବ । ଏଭଳି ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ଖୁବ ଶୀଘ୍ର ଗାଇଡଲାଇନ ଜାରି ହେବ । ଅଧିକ ପଢନ୍ତୁ...

ଏକାଠି ହେବ ବାଘ ଓ ହାତୀ ଗଣନା
ଏକାଠି ହେବ ବାଘ ଓ ହାତୀ ଗଣନା

ଭୁବନେଶ୍ବର: ଏଣିକି ଏକାଠି ହେବ ବାଘ ଓ ହାତୀ ଗଣନା । ୨୦୨୨ରୁ ଏକାଠି ବାଘ ଓ ହାତୀ ଗଣତି କରାଯିବ । ଏଭଳି ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ଖୁବ ଶୀଘ୍ର ଗାଇଡଲାଇନ ଜାରି ହେବ ।

ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା କରାଯାଉଥିଲା । ମେ’ ମାସରେ ହାତୀ ଗଣନା ସହ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ବାଘ ଗଣନା ହେଉଥିଲା । ବିଶେଷ ଭାବରେ ଖରା ଦିନେ ହାତୀ ଗଣନା କରାଯାଏ । ଶୋଷ ମେଣ୍ଟାଇବାକୁ ପାଣି ସନ୍ଧାନରେ ହାତୀ ଏକାଠି ହୁଅନ୍ତି । ଏହି ସମୟରେ ସେମାନଙ୍କ ଗଣନା କରାଯାଏ । ଅନ୍ୟପଟେ ବାଘଙ୍କର ପାଦ ଚିହ୍ନ ଓ କ୍ୟାମେରା ଟ୍ରାପିଂରେ ସେମାନଙ୍କ ଗଣନା କରାଯାଇଥାଏ ।

ସୂଚନା ମୁତାବକ, ପୂର୍ବରୁ ଅନେକ ବର୍ଷ ଧରି ଏଭଳି ଗଣନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ଗଣନା ପଦ୍ଧତି ବଦଳାଯିବ ବୋଲି ସୂଚନା ମିଳିଛି । ଡିସେମ୍ବରରେ ଏକାଠି ମିଳିତ ଭାବରେ ହାତୀ ଓ ବାଘ ଗଣନା କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର ।

ପ୍ରକାଶ ଥାଉ କି, ରାଜ୍ୟରେ ବାଘ ସଂଖ୍ୟା ବଢୁନାହିଁ । ୨୦୧୪ ଗଣନାରେ ମହାବଳ ବାଘ ସଂଖ୍ୟା ୨୮ ଥିଲା ୨୦୧୮ ବି ସେଇ ସମାନ ସଂଖ୍ୟା ରହିଛି । ସେହିପରି ୨୦୧୭ ଗଣନାରେ 1976ଟି ହାତୀ ଥିଲେ । ବର୍ଷକୁ ପ୍ରାୟ ୧୫ରୁ ଅଧିକ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହେଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

Last Updated : Aug 27, 2021, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.